ମଲ୍ଟି ଟ୍ୟାଲେଣ୍ଟରେ ଉଇନର୍‌ ହୋଇ ବାଜି ମାରିଲେ ଏହେସାସ

0 105

ସୁବର୍ଣ୍ଣପୁର : ବାଜି ମାରିଲେ ସୁବର୍ଣ୍ଣପୁରର ମଲ୍ଟି ଟ୍ୟାଲେଣ୍ଟ ୟୁଥ୍‌ ଏହେସାସ ହୋତା । କେତେବେଳେ ତାଇକଣ୍ଡୋ କ୍ରୀଡାରେ ତାଙ୍କର ଚମତ୍କାରିତା ଦେଖାଉଥିବାବେଳେ ଆଉ କେତେବେଳେ ଯାଦୁକର ବିଦ୍ୟାକୁ ନେଇ ସେ ଆସିଥାନ୍ତି ଚର୍ଚ୍ଚାକୁ । ହେଲେ ଏଥର କିଛି ଭିନ୍ନକରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପ୍ରତିଭାବାନ ବ୍ୟକ୍ତିତ୍ୱ ଏହେସାସ ହୋତା । ନିକଟରେ ଜି ସାର୍ଥକ ଦ୍ୱାରା ଅନୁଷ୍ଠିତ ମେଗା ରିୟଲିଟି ସୋ ପ୍ରତିଭାର ଦାଦାଗିରି କାର୍ଯ୍ୟକ୍ରମରେ ଭାଗନେଇ ଏବେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । କଟକର ଜଗତପୁରଠାରେ ଆୟୋଜିତ ଏହି ମେଗା ରିୟଲିଟି ସୋର ଗ୍ରାଣ୍ଡ ଫିନାଲକୁ ପ୍ରବେଶ କରିବା ସହ ସେଥିରେ ସେ ଉଇନର ହୋଇଛନ୍ତି । ମେଗା ରିୟଲିଟି ସୋ ପ୍ରତିଭାର ଦାଦାଗିରି ଟ୍ୟାଲେଂଟ ଷ୍ଟୋରୀ କଂଟେଷ୍ଟରେ ସେ ଉଇନର ହୋଇଥିବାବେଳେ ଦାଦାଗିରି ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇଛନ୍ତି । କଟକ ଜଗତପୁର ସ୍ଥିତ ଷ୍ଟୁଡିଓରେ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଖ୍ୟାତ ସିନେ ତାରକା ତଥା କାର୍ଯ୍ୟାକ୍ରମ ସଂଯୋଜକ ସିଦ୍ଧାନ୍ତ ମହାପାତ୍ରଙ୍କ ହାତରୁ ପୁରସ୍କାର ଗ୍ରହଣ କରିସାରିଛନ୍ତି ଏହେସାସ । ପୁର୍ବରୁ ଏହି ମେଗା ସୋ ର ୨୯ ତମ ଏପିସୋଡ ଗତ ଅପ୍ରେଲ ୨୩ ତାରିଖରେ ପ୍ରସାରିତ ହୋଇସାରିଥିବାବେଳେ ଗ୍ରାଣ୍ଡ ଫିନାଲେ ଏପିସୋଡଟି ଆସନ୍ତା ୨୮ ତାରିଖରେ ପ୍ରସାରିତ ହେବାନେଇ ସୂଚନା ମିଳିଛି । ଏହେସାସଙ୍କ ଏହି ସଫଳତା କଥା ଜଣାପଡିବା ପରେ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି ।

hiranchal ad1
Leave A Reply

Your email address will not be published.

13 + thirteen =