ଦୁଇ ହଜାର ତଳକୁ ଖସିଲା ସଂକ୍ରମଣ

0 26

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ମୃତ୍ୟୁ ସଂଖ୍ୟାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪, ୨୬୦ରେ ପହଞ୍ଚିଛି । ଜାତୀୟ କରୋନା ସୁସ୍ଥ ହାର ୯୮.୭୪ ଥିବା ବେଳେ ଆକ୍ରାନ୍ତ ହାର ରହିଛି ୦.୪ ପ୍ରତିଶତ । ଏବେ କରୋନାରେ ସକ୍ରିୟ ଅଛନ୍ତି ୧୬,୪୦୦ ଜଣ । ଗତକାଲି ଅପେକ୍ଷା ଆଜି ୯୧୭ ଜଣ କମ୍‌ ଆକ୍ରାନ୍ତ ହୋଇଛନ୍ତି । ଗତକାଲି କରୋନାରେ ଆକ୍ରାନ୍ତ ହୋଇଥିଲେ ୨,୨୦୨ ଜଣ ଓ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମୁମ୍ବାଇରେ କରୋନା ଭାଇରସ୍‌ ୫୦ ପ୍ରତିଶତ ହ୍ରାସ ପାଇଛି । ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

twenty − eleven =