ଆଜିଠାରୁ ଏହି ସବୁ ଜିନିଷ ହେଲା ମହଙ୍ଗା

0 72

ଭୁବନେଶ୍ୱର : ଅପ୍ରେଲ ପହିଲାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ  । ବଜେଟରେ ଘୋଷଣା ଅନୁଯାୟୀ ଅପ୍ରେଲ ପହିଲାରୁ ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ପାଇଛି  । ବିଶେଷକରି ୮୦୦ ପ୍ରକାରର ଔଷଧ ମହଙ୍ଗା ହେବାକୁ ଯାଉଛି  । ଯନ୍ତ୍ରଣା ଉପଶମକାରୀ, ଆଣ୍ଟିବାୟୋଟିକ ଓ ଆଣ୍ଟି ଭାଇରସ ଔଷଧଗୁଡ଼ିକର ଦାମ ବୃଦ୍ଧି ପାଇବ  ।

hiring

ଏହିସବୁ ଔଷଧର ଦାମ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଜାଣିବାକୁ ମିଳିଛି  । ସେହିପରି ଟୋଲ ଟିକସ ମଧ୍ୟ ୩%ରୁ ୫% ପର୍ଯ୍ୟନ୍ତ ବୃଦ୍ଧିପାଇବ  । ଅପରପକ୍ଷରେ ବସଭଡ଼ା ମଧ୍ୟ ବୃଦ୍ଧି କରାଯାଇଛି  । ସେହିପରି ପାନ ସହ ଆଧାର ଲିଙ୍କ ନଥିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ  । ଜୁନ ପରେ ଏଥିପାଇଁ ହଜାରେ ଟଙ୍କା ଦେବାକୁ ପଡ଼ିବ  । ପିଏଫରେ ବର୍ଷକୁ ଅଢେ଼ଇ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିଲେ ଟିକସ ଲାଗିବ  । ସେହିପରି କ୍ରିପ୍ଟୋକରେନ୍ସିରେ ମଧ୍ୟ ଟିକସ ଲାଗୁ କରାଯିବ  । ଯେଉଁମାନେ ଯେତିକି ଆୟ କରିଛନ୍ତି ତାହା ଉପରେ ୩୦%ର ଟିକସ ଓ ୧% ଟିଡ଼ିଏସ ଲାଗିବ  ।

ଅପରପକ୍ଷରେ ଗାଡ଼ି ସ୍କ୍ରାପେଜ ନୀତି ଲାଗୁ ହେବାକୁ ଯାଉଛି  । ଫଳରେ ଗାଡ଼ିଗୁଡ଼ିକର ଦାମ ବୃଦ୍ଧି ପାଇବ  । ୧୫ ବର୍ଷରୁ ଉଦ୍ଧ୍ୱର୍ ଗାଡ଼ିର ପୁନଃ ପଞ୍ଜୀକରଣ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ  । ଅପ୍ରେଲ ପହିଲାରୁ ଗାଡ଼ି ଦାମ ମଧ୍ୟ ବୃଦ୍ଧି ପାଇବ ବୋଲି କାର କମ୍ପାନୀମାନେ ଘୋଷଣା କରିସାରିଛନ୍ତି  ।

hiranchal ad1
Leave A Reply

Your email address will not be published.

11 − five =