ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର

0 148

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ଲରମ୍ଭା ଥାନା ତମିଆ ଅଡକ ନଳାରେ ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ବିଘ୍ନରାଜ ପୁଟେଲ (୪୫) ବୋଲି ଜଣାପଡିଛି । ବିଘ୍ନରାଜ ଗତ ସୋମବାର ଦିନ ଠାରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନଥିଲେ । ଗତକାଲି ତମିଆ ଗାଁର ପ୍ରାୟ ଏକ କିମି ଦୂରରେ ଥିବା ଅଡ଼କ ନାଳରେ ଏକ ବୁଦା ମୂଳେ ଦୁର୍ଗନ୍ଧ ବାହାରୁ ଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ ।ଏ ବିଷୟରେ ମୃତ ଯୁବକଙ୍କ ପରିବାରକୁ ଖବରଦେବା ପରେ ସେମାନେ ଘଟଣାସ୍ଥଳକୁ ଯାଇ ବିଘ୍ନରାଜର ଶବକୁ ଚିହ୍ନଟ କରିଥିଲେ । ଏ ନେଇ ମୃତକର ସ୍ତ୍ରୀ ନିଜ ସ୍ୱାମୀ ବିଘ୍ନରାଜ ନିଖୋଜ ଥିବା ଲରମ୍ଭା ଥାନାରେ ଏତଲା ଦେଇଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିମୟ ଭୁକ୍ତା ,ଲରମ୍ଭା ଥାନା ଅଧିକାରୀ ରବିନ୍ଦ୍ର ବେହେରା ମାଜିଷ୍ର୍ଟ୍ରେଟ ଦାୟୀତ୍ୱରେ ଥିବା ସରକାରୀ ଜିଲ୍ଲାପାଳ କ୍ଷୀରୋଦ କୁମାର ସାହୁ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ମୃତକର ପୁତୁରା ରତନ ପୁଟେଲ ନିଜ କାକାକୁ କେହି ହତ୍ୟା କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ । ମୃତଦେହର ପିଠି ଓ ତଳ ପାର୍ଶ୍ୱରେ କ୍ଷତବିକ୍ଷାତ ହୋଇଥିବା ଏବଂ ମାଟିରେ ପୋତି ଯାଇଥିବା ହେତୁ ତାଙ୍କୁ କେହି ହତ୍ୟାକରି ଥିବା ସନ୍ଦେହ କରାଯାଉଛି । ମୃତଦେହ ପଡିଥିବା ପ୍ରାୟ ୧୦୦ ମିଟର ଦୂରରେ ମୃତକ ବିଘ୍ନରାଜ ପୁଟଲ ଚାଷ କରୁଥିଲେ । ବିଘ୍ନରାଜ ଆତ୍ମହତ୍ୟା କରି ନ ଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି । ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏ ନେଇ ଲରମ୍ଭା ଥାନା କେସ୍‌ ନଂ ୨୯/୨୨ ଏକ୍‌ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + 12 =