ମାନସ ହତ୍ୟା, କ୍ରାଇମ୍ ରିକ୍ରିଏସନ୍ ସ୍ଥାନରେ ପ୍ରବଳ ଭିଡ

0 54

ଚାନ୍ଦବାଲି: ଶର୍ମିଷ୍ଠଙ୍କୁ ନେଇ ଚାନ୍ଦବାଲିର ପଳାଶପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । କିଭଳି ଫେବୃଆରୀ ୭ ତାରିଖରେ ଶର୍ମିଷ୍ଠା ମାନସଙ୍କୁ ଅପହରଣ କରିଥିଲେ, ସେ ବାବଦରେ ତଥ୍ୟ ରଖୁଛନ୍ତି ଶର୍ମିଷ୍ଠା । ଅପହରଣ ଦିନ ମାନସ ଯେଉଁଠାକୁ ବାହାଘର ଭିଡିଓ ସୁଟିଂ ପାଇଁ ଯାଇଥିଲେ, ସେହି ସ୍ଥାନରେ କ୍ରାଇମ ସିନ୍ ରିକ୍ରିଏଟ୍ ହେଉଛି । ଘଟଣାସ୍ଥଳରେ ଅଭିଯୁକ୍ତ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧୀ ଓ  ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କୁ ଦେଖିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ଓ ଅଭିଯୁକ୍ତଙ୍କ ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।
କେବଳ ଶର୍ମିଷ୍ଠାଙ୍କୁ ବାହରକୁ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ କରାଯାଉଛି । ଅନ୍ୟ ଅଭିଯୁକ୍ତମାନେ ଗାଡି ଭିତରେ ଅଛନ୍ତି । ଘଟଣାସ୍ଥଳରେ ଭିଡ ଯୋଗୁଁ କ୍ରାଇମ ସିନ୍ ରିକ୍ରିଏଟ୍ କରିବା କ୍ରାଇମବ୍ରାଞ୍ଚ ଟିମ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । 

hiring

ସୂଚନା ଅନୁସାରେ ଶର୍ମିଷ୍ଠାକୁ ବିଭିନ୍ନ ସ୍ପଟକୁ ନିଆଯିବା ନେଇ କ୍ରାଇମବ୍ରାଞ୍ଚଏଡିଜି ସ୍ପଷ୍ଟ କରିଛନ୍ତି । ୩ଟିୁ ସ୍ଥାନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରାଯିବ । ଚାନ୍ଦବାଲି ପରେ ଦୟାଲ ଆଶ୍ରମ ଓ ରଣପୁର ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।  

hiranchal ad1
Leave A Reply

Your email address will not be published.

seventeen + 20 =