ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ଯୁବକମାନଙ୍କୁ ମିଳିଲା ସହଯୋଗ ରାଶି

0 404

ବୌଦ୍ଧ,୩୧/୩- ରାଜ୍ୟରେ ଦିନକୁଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗୁଥିବାବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ “ରକ୍ଷକ’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଥମ ଗୋଟିଏ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ପ୍ରାଥମିକ ଚିକିତ୍ସା ତୁରନ୍ତ କରାଗଲେ ମୃତ୍ୟୁହାର ଯଥେଷ୍ଟ କମିବାର ସମ୍ଭାବନା ରହିଛି । ତେଣୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ପାଇଁ ୨୦୦୦ ଟଙ୍କା ପୁରସ୍କାର ରାଶି ଜିଲ୍ଲା ଆଞ୍ଚଳିକ ପରିବହନ ତରଫରୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟସରକାର । ବୌଦ୍ଧ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧିପାଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ୪ ଜଣ ଯୁବକଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୨୦୦୦ ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରିଛନ୍ତି । ଚେକ୍‌ ପ୍ରଦାନ ସମୟରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର, ଅତିରିକ୍ତ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାଲମୁଖ ମୁର୍ମୁ, ସୁରେଶଚନ୍ଦ୍ର ମେହେର ଉପସ୍ଥିତ ଥିଲେ । ୪ ଜଣ ଯୁବକ ସୁମନ୍ତ ମେହେର, ବିକାଶ ମହାଲିକ, ରଞ୍ଜନ ନାଏକ, ଅନ୍ତର୍ଯ୍ୟାମୀ କୁମ୍ଭାରଙ୍କୁ ଜିଲ୍ଲାପାଳ ଭୂରି ଭୂରି ପ୍ରଶଂସା କରିବା ସହିତ ଏଭଳି ମହାନ କାର୍ଯ୍ୟକୁ ଜାରିରଖିବା ପାଇଁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × two =