ଶିକ୍ଷା ଓ କର୍ମସଂସ୍ଥାନ ସଂପର୍କୀୟ କର୍ମଶାଳା

0 53

ଜି.ଉଦୟଗିରି,୩୧/୩- ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ବିଶ୍ୱ ବ୍ୟାଙ୍କ ଓ ଉଚ୍ଚ଼ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଶିକ୍ଷା ଓ କର୍ମସଂସ୍ଥାନ ସଂପର୍କୀୟ ଏକ କର୍ମଶାଳା ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ତଥା ସାଧନକର୍ମୀ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଯୋଗଦେଇ ପ୍ରଶାସନିକ ସେବା ଅଧିକାରୀ ପାଇଁ ପ୍ରସ୍ତୁତି ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ ସବିଶେଷ ଶିକ୍ଷାଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସଙ୍ଗୀତା ବେହେରା ଯୋଗ ଦେଇଥିଲେ । ଅଧ୍ୟାପିକା ସୁଭଦ୍ରା ସାହୁ ପ୍ରାକ୍‌ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଡଃ ପ୍ରସନ୍ନ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଡଃ ରାଜେଶ ବାଗଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ରୂପବନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − eleven =