ଉଦ୍ୟାନ କୃଷିର ଉଦ୍ଭିଦ ବୃଦ୍ଧିକାରକ ପ୍ରୟୋଗ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

0 50

ଘୁ ଉଦୟଗିରି ୩୧/୩: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କୃଷିବିଜ୍ଞାନ କେନ୍ଦ୍ରର ତାଲିମ ଗୃହରେ ୧୫ ଜଣ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ନେଇ ଆଜି ଉଦ୍ୟାନ ଫସଲରେ ଉଦ୍ଭିଦ ବୃଦ୍ଧି କରିବାର ପ୍ରୟୋଗ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସିଦ୍ଧାର୍ଥ କର ମୁଖ୍ୟ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । କୃଷିବିଜ୍ଞାନ କେନ୍ଦ୍ରର ଉଦ୍ୟାନ କୃଷି ବୈଜ୍ଞାନିକ ଡଃ ସିଦ୍ଧାର୍ଥ କର ଉଦ୍ଭିଦ ବୃଦ୍ଧିିକାରକ ପ୍ରୟୋଗ ଦ୍ୱାରା ଅମଳ ବୃଦ୍ଧି, ସଠିକ୍‌ ପରାଗ ସଙ୍ଗମ, ଅମଳ ପରେ ବିକ୍ରି ପାଇଁ ଫଳ ପଚେଇବା କୌଶଳ ଗୁଡ଼ିକ ଆଲୋଚନା କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ଘୁ.ଉଦୟଗିରି, ରାଇକିଆ କୃଷି କାର୍ଯ୍ୟାଳୟ ଓ ସ୍ୱେଚ୍ଛାସେବୀ କର୍ମୀମାନେ ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଂଘମିତ୍ରା, ସୁମିତ୍ରା ଓ ସୁଜିତ୍‌ ବାବୁ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two + 16 =