ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ୧୫ଜଣଙ୍କ ପ୍ରାର୍ଥୀପତ୍ର କାଏମ

0 269

ଚମ୍ପୁଆ: ଚମ୍ପୁଆ ନିର୍ବାଚନମଣ୍ଡଳି ପାଇଁ ଗତକାଲି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବାବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଯାଇଛି । ଚମ୍ପୁଆ ବିଧାନସଭା ଆସନରେ ମୋଟ ୧୫ ଜଣ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥୀ ପତ୍ର କାଏମ ଥିବା ଜଣାପଡିଛି । ଚମ୍ପୁଆ ଆସନ ପାଇଁ ବିଜେଡିରୁ ସନାତନ ମହାକୁଡ, ବିଜେପିରୁ ମୁରଲୀ ମନୋହର ଶର୍ମା, କଂଗ୍ରେସ ରୁ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବିଏସପିରୁ ଜୟୀ ମୁଣ୍ଡା, ମାନସ ଲୋକଶକ୍ତି ଦଳରୁ ରଘୁନାଥ ନାଏକ, ଆଁଜସୁରୁ ସଞ୍ଜୟ କୁମାର ମହାନ୍ତି, ସ୍ୱାଧୀନ ପ୍ରାର୍ଥୀ ଭାବେ ଗୁରୁ ବକ୍ସ ସିଂ ଆଲୁୱାଲିଆ, କ୍ଷୀତିଶ ମହାନ୍ତି, ସନ୍ତୋଷ ମହାପାତ୍ର, ବେଣୁଧର ମହାଁନ୍ତି, ବାସନ୍ତି ମହାନୁ, କ୍ଷୀରୋଦ ଗିରି, ଜାକ୍ରିସ କିସପଟା ନାମାଙ୍କନପତ୍ର କାଏମ ରହିଛି ।

hiranchal ad1
Leave A Reply

Your email address will not be published.

four × three =