ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ଡ଼ିଆଇଜିଙ୍କୁ ଦାବିପତ୍ର

0 83

ସମ୍ବଲପୁର:ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଉତ୍ତରାଞ୍ଚଳ ଡ଼ିଆଇଜିଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏବିଷୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଗତ ସୋମବାର ଦିନ ସୋହେଲା ଠାରେ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଚାଷୀଙ୍କ ଏକ ଆନ୍ଦୋଳନ ବିଷୟରେ ଖବର ସଂଗ୍ରହ କରି ଫେରୁଥିବା ସମୟରେ ଦୁଇ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ସମ୍ବାଦଦାତାଙ୍କ ବାଟ ଓଗାଳି ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହା ସହିତ ଏହି ଘଟଣାରେ ସେମାନଙ୍କଠାରୁ ମୋବାଇଲ, ବୁମ ଓ ଟଙ୍କା ପଇସା ସବୁ ଲୁଟ କରାଯାଇଛି । ଏ ବିଷୟରେ ସୋହେଲା ପୁଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲେ ସୁଦ୍ଧା ଆଜକୁ ଚାରି ଦିନ ହେଲା କୌଣସି କାର୍ଯ୍ୟାନୁଷ୍ଠାନ କରା ଯାଇନାହିଁ । ଗୁରୁତର ଆହତ ଅବସ୍ଥାରେ ଉଭୟ ସାମ୍ବାଦିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବିଷୟରେ ସାମ୍ବାଦିକଙ୍କଠାରୁ ସମସ୍ତ ଅଭିଯୋଗ ଶୁଣିଲା ପରେ ଡ଼ିଆଇଜି କହିଛନ୍ତି ଯେ ଏବିଷୟରେ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେବା ପାଇଁ ସୋହେଲା ଥାନାକୁ ନିର୍ଦ୍ଦେଶ ଦିଆଯିବ । ସେ ପୁଣି ଜଣାଇଛନ୍ତି ଯେ ଏହି ମାମଲାରେ ଅପର ପକ୍ଷରୁ ମଧ୍ୟ ଅଭିଯୋଗ ଆସିଛି କିନ୍ତୁ ଏପର୍ଯ୍ୟନ୍ତ ତା’କୁ ନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

six + 13 =