ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଉଦଯାପିତ, ମହୋତ୍ସବ ବିଲୁପ୍ତ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ

0 78

ଖପ୍ରାଖୋଲ : ଆଧୁନିକତାର ପ୍ରଭାବରେ ସମାଜରୁ ହଜିଯାଉଛି ଅନେକ ଲୋକ କଳା ଏବଂ ଲୋକ ସଂସ୍କୃତି ଏହାର ପୁନରୁଦ୍ଧାର ଆବଶ୍ୟକ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଣାଳୟ ସାହାୟତାରେ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡା ଠାରେ ଓମ୍‌ ବୈଦିକ ସଂସ୍କୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ଲୋକ କଳା ସଂଚାର ମହୋତ୍ସବର ଉଦଯାପନୀ ଉତ୍ସବରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ଓମ୍‌ ବୈଦିକ ସାଂସ୍କୃତିକ ପରିଷଦର ସଭାପତି ଭରତ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କଳାକାର ଅକ୍ଷୟ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ହର ପ୍ରସାଦ ମାଝୀ, ରୁଦ୍ର ମଲ୍ଲିକ, ରଘୁନାଥ ସିଂ ବରିହା , ହରିବୋଲ ପୋଡ଼ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ପ୍ରତିକ ସମୟରେ ଅନେକ ଲୋକ ବାଦ୍ୟ, ଲୋକ ସଂଗୀତ, ଲୋକନୃତ୍ୟ ବିଲୁପ୍ତ ହେଉଥିବା ବେଳେ ତା’ର ସୁରକ୍ଷା ସହ କଳାକାରମାନଙ୍କ ସାମାଜିକ ସୁରକ୍ଷା ଉପରେ ଅତିଥି ମାନେ ମତପୋଷଣ କାରିଥିଲେ । ତିନି ଦିନ ଧରି ଅନୁଷ୍ଠିତ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ଆଲୋଚନାଚକ୍ର, କର୍ମଶାଳା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସମ୍ପାଦକ ଥବୀର ଚରଣ ସାହୁ , ବିନୋଦ ପ୍ରଧାନ ପରିଚାଳନା କରିଥିବା ବେଳେ କଳାକାର , କଳାପ୍ରେମୀ ଯୋଗ ଦେଇଥିଲେ । ଶେଷରେ ପ୍ରଦୀପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =