ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

0 159

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାସ୍ତା ଘାଟ ଖାଲଖମାରେ ପରିଣତ ହୋଇ ଯାଇଛି । ଏହି ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ କିମ୍ବା ଖାଲଖମା ଗୁଡିକ ସମତଳ କରାଯାଉ ନାହିଁ । ଏପରିକି ସହରର ସାହି ଗଳି ରାସ୍ତା ମଧ୍ୟ ଖାଲ ଖମା ହୋଇ ପାଣି ଜମୁଛି । ଏହାର ମରାମତି ବି କରାଯାଉ ନାହିଁ । ଯାହା ଫଳରେ ରାସ୍ତାରେ ପାଣି ଜମି ଜମୁଛି । ଯାତାୟତ ବେଳେ ପଥଚାରୀ ଉପରକୁ ଛିଟୁକୁଛି । ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ନାରେ ଦୀର୍ଘ ବର୍ଷ ହେଲା ନା ଡ୍ରେନେଜ କାମ ହୋଇପାରୁଛି ନା ରାସ୍ତା କାମ ପରିସମାପ୍ତି ହୋଇପାରୁଛି । ରାସ୍ତାରେ ଅପରିଷ୍କାର ଜଳ ଭାସୁଛି । ଦୁଇ ଚକିଆ, ଚାରିଚକିଆ ଯାନ ଯିବା ସମୟରେ ଯାତ୍ରୀଙ୍କ ଉପରକୁ ଅପରିଷ୍କାର ପାଣି ଛିଟୁକୁଚି । ପାଣି ଜମିବା ଦ୍ୱାରା ମଶା ମାଛି ହେଉଛନ୍ତି ଯାହା ଫଳରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । କେବଳ ସାମାଜିକ ଗଣମାଧ୍ୟମରେ ଫଟୋ ଛାପି ଲୋକ ଲୋଚନକୁ ଆଣିବା ସହ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନିରୁପାୟ ହୋଇପଡ଼ିଛି । ଜିଲ୍ଲା ପ୍ରଶାସନ କେବଳ ପ୍ରତିଶୃତିରେ ହିଁ ସୀମିତ ରହି ଯାଉଛି । ଯଦି ପାରଳାଖେମୁଣ୍ଡି ସହରର ବିକାଶ ଚିତ୍ର ଏପରି ତାହା ହେଲେ ଦୁର୍ଗମ ଅଞ୍ଚଳର ବିକାଶର ଚିତ୍ର କିପରି ହୋଇଥିବ ଏଥିରୁ ସହଜରେ ଅନୁମେୟ । ପାରଳା ସହରର ଜନ ସାଧାରଣ ଯେତେ ଅଭିଯୋଗ କଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ । ଏଣୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଲେ ଏହାର ସ୍ଥାୟୀ ସମାଧାନ ହୋଇପାରନ୍ତା ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

14 − nine =