ରାହୁଲଙ୍କ ଅଧିନାୟକତ୍ୱରେ ଖେଳିଲେ ରୋହିତ, ପୁଣି ବିରାଟଙ୍କୁ ବିଶ୍ରାମ

0 62

ପର୍ଥ : ଟି -୨୦ ବିଶ୍ୱକପ ୨୦୨୨ ଆରମ୍ଭ ପାଇଁ ମାତ୍ର ତିନି ଦିନ ବାକି ଅଛି । ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆକୁ ପ୍ରଥମ ମ୍ୟାଚ୍‌ ଖେଳିବାକୁ ପଡିବ । ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ଭାରତୀୟ ଦଳ ସରକାରୀ ୱାର୍ମ ଅପ୍‌ ମ୍ୟାଚ୍‌ ପୂର୍ବରୁ ପଶ୍ଚିମ ଅଷ୍ର୍ଟ୍ରେଲିଆ ବିପକ୍ଷରେ ଦୁଇଟି ୱାର୍ମ ଅପ୍‌ ମ୍ୟାଚ୍‌ ଖେଳୁଛି । ପ୍ରଥମ ୱାର୍ମ ଅପ୍‌ ମ୍ୟାଚ୍‌ ୧୩ ରନ୍‌ରେ ଜିତିଥିବାବେଳେ ଆଜି ଦ୍ୱିତୀୟ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ ପାଇଁ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି । ଏହା ବ୍ୟତୀତ ଆଉ ଏକ ବଡ ପରିବର୍ତ୍ତନ ହେଉଛି ଦଳରେ ରୋହିତ ଶର୍ମା ଥିଲେ ମଧ୍ୟ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ।
ଏହି ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରିଛି । ପଶ୍ଚିମ ଅଷ୍ଟ୍ରେଲିଆ ପ୍ରଥମ ୬ ଓଭରରେ ୫୧ ରନ୍‌ କରି ଭଲ ଆରମ୍ଭ କରିଥିଲା । ଏହା ପରେ ୧୦ ଓଭରରେ ଦଳର ସ୍କୋର ଗୋଟିଏ ୱିକେଟ୍‌ ପାଇଁ ୭୮ ରନ୍‌ ଥିଲା । ଆର ଅଶ୍ୱିନ ଏକ ଓଭରରେ ତିନୋଟି ୱିକେଟ୍‌ ନେଇ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆକୁ ଫେରାଇ ଆଣିଥିଲେ । ଦଳ ନିର୍ଦ୍ଧାରିତ ୨୦ଓଭରରେ ୮ ୱିକେଟ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚରେ ଅଶ୍ୱିନୀ ୩ ଉଇକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ଓ ଅର୍ଶଦୀପ ଗୋଟିଏ ୱିକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen − 1 =