ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

0 91

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଦିଗହରା ହୋଇଯାଇଛି । ସମଗ୍ର ରାଜ୍ୟରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସକାଶେ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆର ଉଦୟଗିରି ଗ୍ରାମରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପର ପାଇପରେ ଅଧିକାଂଶ ଦିନ ପାଣି ଆସୁନାହିଁ । ଯାହା ଫଳରେ କି ଗ୍ରାମ ନିକଟରେ ଥିବା ଝରଣାର ଗୋଳିଆ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯଦ୍ୱାରା କି ଲୋକମାନେ ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି । ଏ ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ନିକଟକୁ ଯାଇ ବାରମ୍ବାର ଅଭିଯୋଗ କଲେ ବି କୌଣସି ପ୍ରକାର ସୁଫଳ ମିଳୁ ନାହିଁ । ସେହି କାରଣରୁ ଗ୍ରାମବାସୀମାନେ ଆର ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମାନ ଖର୍ସେଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଅସିତ କୁମାର ସୁନ୍ଦରାୟ ପାତ୍ର, କମଳକାନ୍ତ ମାଳ ବିଷୋୟୀ, ପ୍ରତାପ ବଡ଼ ନାୟକ, ମନୋଜ ପାଇକ, ବାପୀନ ରଣଜିତ ଓ ମନୋଜ ରାଇକାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × four =