ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ ରଥର ଶୁଭାରମ୍ଭ

0 62

ସୁବର୍ଣ୍ଣପୁର: ସୋନପୁରରେ ଆଜି ଆତ୍ମ ନିର୍ଭର କୃଷକ ଅଭିଯାନ ରଥ ଶୁଭ ଉଦଘାଟନ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଏହା ୧୨ ଅକ୍ଟୋବରରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସଚେତନତାର ବାର୍ତ୍ତା ପହଞ୍ଚାଇବ । ଏହି ୧୦ଦିନ ବ୍ୟାପୀ ଚାଲିବାକୁ ଥିବା ଅଭିଯାନରେ ୧୪ ଟି ପଞ୍ଚାୟତରର ୧୨୦ଟି ଗାଁକୁ ଯିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣିମ ଭାରତର ପରିକଳ୍ପନା ସହିତ କୃଷକମାନଙ୍କ ଆର୍ଥିକ, ସାମାଜିକ ତଥା ମାନସିକ ସ୍ଥିତିର ଉନ୍ନତି ଓ ସଶକ୍ତିକରଣ ତଥା ଆତ୍ମନିର୍ଭର ହେବା ପାଇଁ ସଚେତନ କରିବା ହିଁ ମୂଳଲକ୍ଷ୍ୟ ବୋଲି ଆୟୋଜକ ଅନୁଷ୍ଠାନର ଭଉଣୀ ଓ ଭାଇଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

eighteen + 18 =