ଉଷା କୋଠୀ ପର୍ବ ଉଦଯାପିତ, ଶେଷ ଦୁଇ ଦିନରେ ଦୁଇଟି ନାଟକ ମଞ୍ଚସ୍ଥ

0 177

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ବାପୁଜୀ ପେଣ୍ଠଗାଁରେ ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଥିବା ବହୁ ପୁରାତନ “ଉଷାକୋଠୀ” ପର୍ବ ଉଦଯାପିତ ହୋଇଯାଇଛି । ଦଶହରା ଦିନଠାରୁ ଆରମ୍ଭ ହେଇଥିବା ଏହି ପର୍ବ ଗୁରୁବାର ଭୋର ସମୟରେ ମା’ ଠାକୁରାଣୀ ନିଳୀମାଙ୍କ ଘଟକୁ ଗାଁ ନିକଟ ମହେନ୍ଦ୍ରତନୟା ନଦୀ ତଟରେ ଉଦଯାପନ କରାଯାଇଥିଲା । ଦୀର୍ଘ ନଅ ଦିନ ଧରି ଚାଲିଥିବ ଏହି ପର୍ବରେ ବିଭିନ୍ନ ଦିନ ବିଭିନ୍ନ ବେଶ ସହ ବାଲେଶ୍ୱରର ପାଲା ଓ ବଲାଙ୍ଗିରର ସମ୍ବଲପୁରୀ ବାଜା ଲୋକଙ୍କ ମନ ମୋହିଥିଲା, ପର୍ବର ଶେଷ ଦୁଇ ଦିନରେ ଗାଁର କଳାକାରମାନଙ୍କ ଦ୍ୱାରା ପ୍ରଥମେ “ମଣିଷ ଗଛର ଛାଇ’, ଦ୍ୱିତୀୟ ରଜନୀ ରେ “କାହାଣୀ ଶୁଣିଲେ କାନ୍ଦ ଲାଗୁଛି’ ଦୁଇଟି ନାଟକ ମଞ୍ଚସ୍ଥ ହେଇଥିଲା । ଉଭୟ ନାଟକକୁ ରବୀନ୍ଦ୍ରନାଥ ମିଶ୍ର ନିର୍ଦ୍ଦେଶନା ଓ ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ । ଉଦଘାଟନୀ ସମାରୋହରେ କମିଟି ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ, ଦକ୍ଷିଣ ଓଡ଼ିଶା କଳାକାର ସଂଘ ସଚୀବ ରୋସନ ସାହୁ, କମିଟି ବରିଷ୍ଠ ସଦସ୍ୟ ସୁମନ୍ତ ବିଶ୍ୱାଳଙ୍କ ସମେତ ଗ୍ରାମର ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଦସ୍ୟଙ୍କ ସହ ନିର୍ଦ୍ଦେଶକ ଦ୍ୱୟ ଉପସ୍ଥିତ ଥିଲେ । ଦୁଇ ଗୋଟି ନାଟକ ଗାଁର ବରିଷ୍ଠ କଳାକାର ଗଣେଶ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ପ୍ରଭାକର ପ୍ରଧାନ, ରଜତ ଜେନାଙ୍କ ସମେତ ଅନ୍ୟ ଯୁବକମାନେ ସୁନ୍ଦର ଅଭିନୟ ମାଧ୍ୟମରେ ହଜାରହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲେ । ଦୀର୍ଘ ବର୍ଷ ପରେ ସୀମାନ୍ତ ଦ୍ୱୀଭାଷୀ ଅଂଚଳରେ ଓଡ଼ିଆ ନାଟକ ପରିବେଷଣ ହୋଇଥିବାରୁ ଆନ୍ଧ୍ରରୁ ଆସିଥିବା ଓଡ଼ିଆ ଲୋକେ ମଧ୍ୟ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

3 + 10 =