ଭଞ୍ଜନଗର ସ୍ୱତନ୍ତ୍ର ଉପ କାରାଗାରରେ ଆଇନ ସଚେତନତା କାର୍ଯ୍ୟକ୍ରମ

0 135

ଭଞ୍ଜନଗର: ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ତାଲୁକା ଆଇନ ସେବା କମିଟି ଭଂଜନଗର ଦେବଦତ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଉପ କାରାଗାର, ଭଞ୍ଜନଗରରେ ଅପରାଧିକ ପ୍ରକ୍ରିୟା ସଂହିତାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଳୁକା ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭଞ୍ଜନଗର ଏସଡିଜେଏମ ଅମିତ କୁମାର ପ୍ରଥମ ସୂଚନା ରିପୋର୍ଟ ଓ ଜାମିନ ବିଷୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ତାଲୁକ୍‌ ଆଇନ ସେବା କମିଟିର ସଦସ୍ୟ ଡ଼ଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ “ରାଇଟ୍ସ ଅଫ ଲିଗାଲ ରିପ୍ରେଜେଣ୍ଟଟେସନ ” ବିଷୟ ଉପରେ ଆଲୋକପାତ କରିଥିଲେ । ସେହିପରି ସନ୍ଧ୍ୟା ସୁଚରିତା ଜେଏମ୍‌ଏଫ୍‌ସି ଅପିଲ ଓ ପ୍ଲି ବର୍ଗେନିଂ” ବିଷୟ ଉପରେ ବର୍ଣ୍ଣନା କରି ଅନ୍ତେବାସୀଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ତାଳୁକା ଆଇନ ସେବା କମିଟି, ଭଂଜନଗର ଅଧ୍ୟକ୍ଷ ଦେବଦତ୍ତ ପଟ୍ଟନାୟକ ଅନ୍ତେବାସୀଙ୍କ ଉଦ୍ଧିଷ୍ଟ ଆଇନଗତ ଅଧିକାର ଓ ଅନ୍ୟାନ୍ୟ ସୁବିଧା ତଥା ବୈଲ ସପର୍କିତ ଆପେକ୍ସ କୋର୍ଟ ଦ୍ୱାରା ପ୍ରଣୀତ ଅନ୍ୟାନ୍ୟ ବର୍ଣ୍ଣନା କରି କିଭଳି ଅନ୍ତେବାସୀ ଆବଶ୍ୟକୀୟ ଆଇନ ସେବାର ସୁଯୋଗ ପାଇବେ ସେହି ବିଷୟ ଉପରେ ବର୍ଣ୍ଣନା କରିଥିଲେ । ପରିଶେଷରେ ଜେଲର ଅଧିକାରୀ ଦଣ୍ଡପାଣି ପାତ୍ର ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଦିତ୍ୟ ନାରାୟଣ ରଥ ଏବଂ ଜେଲର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରି ସୁଚାରୁ ରୂପେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − five =