ଅଗ୍ନୀବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଲେ କନ୍ଧମାଳ ସାଂସଦଙ୍କ ସ୍ୱତନ୍ତ୍ର ପ୍ରତିନିଧି ଦଳ

0 388

ଦଶପଲ୍ଲା: ଗତକିଛି ଦିନତଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମତାପର ଉତ୍ତାପ ଯୋଗୁଁ ବହୁ ଆଦିବାସୀ ଲୋକଙ୍କ ଘରେ ନିଆଁ ଲାଗିଯିବାରୁ ସେ ବାସହରା ହୋଇ ପଡିଥିବା ବେଳେ ଆଜି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ଏକ ପ୍ରତିନିଧି ଦଳ ଦଶପଲ୍ଲାର ବିଭିନ୍ନ ଅଗ୍ନୀ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦଶପଲ୍ଲା ସ୍ଥିତ ବନ୍ଧୁଗାଁ ଠାରେ ଅପୂର୍ବ ନାଏକଙ୍କ ଘରେ ପହଞ୍ଚିଥିଲେ । ପରେ ଟାକରା ଗ୍ରାମ ପଞ୍ଚାୟତ ସ୍ଥିତ ତିଳାବାଡ଼ି ଠାରେ ପହଞ୍ଚି ଗ୍ରାମର ପଞ୍ଚୁ ବେହେରା, ବିସି ବେହେରା,ବିଷ୍ଣୁ ବେହେରା,ନାରାୟଣ ବେହେରାଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରିଶେଷରେ ଦଶପଲ୍ଲା ବ୍ଲକ ବାଣୀଗୋଛା ଗ୍ରାମ ପଞ୍ଚାୟତ ଗରସା ଗ୍ରାମରେ ପହଂଚି ପଦ୍ମନାଭ ମଳିନ ଓ ପରମାନନ୍ଦ ମଳିକଙ୍କ ପରିବାରକୁ ସମବେଦନା ଜଣାଇଥିବା ଜଣାପଡ଼ିଛି । ଏହି ଗସ୍ତ ସମୟରେ କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଦଶପଲ୍ଲା ବ୍ଲକ ପ୍ରତିନିଧି ପ୍ରସନ୍ନ କୁମାର ସାହୁ ଥିବା ବେଳେ ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ,୯ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ହରିଶ୍ଚନ୍ଦ୍ର ଜାନୀ , ଟାକରା ପଞ୍ଚାୟତ ବିଜେଡ଼ି ସଂଗଠକ ଜଗବନ୍ଧୁ ଆଚାର୍ଯ୍ୟ , ବାଣୀଗୋଛା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସଂଜିତ୍‌ କରଣ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

one × five =