ଦଣ୍ଡ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ

0 36

ବୌଦ୍ଧ :କାଳ ବୈଶାଖୀ ହେଲା କାଳ । ଦଣ୍ଡ ନାଚ କରୁଥିବା ବେଳେ ଚାଲିଗଲା ଜୀବନ । ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ ଥିଲା । ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ ଓ ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡରୁ କୁମ୍ପା ନିକଟ ଦଳପଡା ଗାଁରେ । ସୂଚନା ଅନୁସାରେ ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁ ରେ ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ପଂଚାୟତ ହରିପୁର ଗାଁର ଦଣ୍ଡ ଦଳପଡା ଗାଁକୁ ଆସି ଦଣ୍ଡ ନାଚ କରୁଥିଲେ । ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାପବନ ହୋଇଥିଲା । ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାରକୁ ଖୋଲିବାକୁ ଯାଇଥିଲେ । ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଦଣ୍ଡୁଆ ଜଣକ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଦଣ୍ଡୁଆ ଜଣକଙ୍କ ନା ପ୍ରଭାତ କହଁର ବୋଲି ଜଣାପଡ଼ିଥିବା ବେଳେ ଖବର ପାଇଁ ଖଜୁରୀପଡା ପୋଲିସ ମେଡିକାଲରେ ପହଞ୍ଚି ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ଦଦନ୍ତ ଜାରି ରଖିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three + 6 =