ସ୍ପେଶାଲ୍‌ ଡ୍ରାଇଭ କାର୍ଯ୍ୟକ୍ରମରେ ପୁରୀ ଆଞ୍ଚଳିକ ପରିବହନ ବିଭାଗର ସଫଳତା, ଆଠ ଦିନରେ ୨୬ ଲକ୍ଷ ୭୩ ହଜାର ୩୨୭ ଟଙ୍କା ଜରିମାନା ଆଦାୟ

0 79

ପୁରୀ : ଅପ୍ରେଲ ୧ରୁ ୮ ତାରିଖ ସୋମବାର ଯାଏଁ ପୁରୀ ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ୍‌ର ମିଳିତ ସହଯୋଗରେ ସଦମହକୁମାର ବାସେଳି ସାହି ସମେତ ଜିଲ୍ଲାର ବିଭିନ୍ନ ଜାଗାରେ ଏକ ସପ୍ତାହ ସ୍ପେଶାଲ୍‌ ଡ୍ରାଇଭ ଓ ୮ ତାରିଖ ରେ ଅଚାନକ ଚଢାଉ କରାଯାଇଛି । ସ୍ପେଶାଲ ଡ୍ରାଇଭରେ ୧୩ ଜଣ ମଦୁଆ ଚାଳକଙ୍କ ଗାଡ଼ିକୁ ଜବତ କରି ଚାଲାଣ କରିଥିବା ବେଳେ ମଦୁଆ ଚାଳକଙ୍କୁ କୋର୍ଟ ଚାଲାଣ କରିଛି । ସମୁଦାୟ ୨୬ ଲକ୍ଷ ୭୩ ହଜାର ୩୨୭ ଟଙ୍କା ଫାଇନ ଆଦାୟ କରଯାଇଥିବା ବେଳେ ବିନା ହେଲମେଟରେ ୯୩ ଜଣ, ମୋବାଇଲ ଫୋନ ୟୁଜରଙ୍କୁ ୩ ଜଣ, ଅନ୍ୟାନ୍ୟ କେଶରେ ୨୧ ଜଣ, ଓଭର୍‌ ସ୍ପିଡ ପାଇଁ ୧୫୧ ଜଣଙ୍କ ସମେତ ସମୁଦାୟ ୨୮୧ ଗୋଟି ଚାଲାଣ କଟା ଯାଇଥିବା ଜଣାଯାଇଛି । ପରିବହନ ବିଭାଗ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ୱାଇଁ, ପୁରୀ ଏସପି ପିନାକୀ ମିଶ୍ରଙ୍କ ପରାମର୍ଶ ଓ ତତ୍ତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପୁରୀ ଆରଟିଓ ରବିନ୍‌ ପଟ୍ଟନାୟକ,ଏମଭିଆଇ ରାଜେଶ୍‌ କୁମାର ମହାପାତ୍ର, ସହକାରୀ ଏମଭିଆଇ ଅମିତ୍‌ କୁମାର୍‌ ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁମନ୍ତ ପାତ୍ରଙ୍କ ସହିତ ପୁରୀ ଆଞ୍ଚଳିକ ପରିବହନ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ । ସେହିପରି ଗତକାଲି ୦୮-୦୪ -୨୦୨୪ ସୋମବାର ଦିନ ପୁରୀ ଆଞ୍ଚଳିକ ପରିବହନ ବିଭାଗ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଚାନକ ଚଢାଉ କରି ବିଭିନ୍ନ କେଶରେ ସମୁଦାୟ ୩ ଲକ୍ଷ ୪୭ ହଜାର ୯୦୨ ଟଙ୍କା ଫାଇନ ଆଦାୟ କରିଛି । ତହିଁ ମଧ୍ୟରୁ ବିନା ହେଲମେଟରେ ୧୪ ଜଣ, ଓଭର ସ୍ପିଡ୍‌ରେ ୧୮ ଜଣ, ମଦୁଆ ଚାଳକ ୫ ଜଣ, ମୋବାଇଲ୍‌ ୟୁଜରଙ୍କୁ ୨ ଜଣ ଓ ଅନ୍ୟାନ୍ୟ କେଶରେ ୭ ଜଣ ଗତକାଲି ପୁଣି ଅଚାନକ ଚଢାଉରେ ସମୁଦାୟ ୪୬ ଜଣଙ୍କ ଚାଲାନ କଟାଯାଇଛି । ଆଗକୁ ସହର ତଥା ଜିଲ୍ଲାର ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ପୁରୀ ଆରଟିଓ ଶ୍ରୀ ପଟ୍ଟନାୟକ ମିଡ଼ିଆକୁ ସୂଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନକୁ ମାନି ଚଳିବା ଓ ନିଜର ବହୁ ମୂଲ୍ୟ ଜୀବନକୁ ବଞ୍ଚାଇବା ସହିତ ରାସ୍ତାରେ ସଧାରଣ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଯା ଦ୍ୱାରା କି ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − nine =