ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ଘୋଷଣା ପରେ ସ୍ଥାନୀୟ ପୋଲିସ ତତ୍ପର ହୋଇଉଠିଛି । ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ତା ପୂର୍ବରୁ ପ୍ରାକ ପ୍ରସ୍ତୁତି ପୂର୍ବକ ସାଧାରଣ ଜନତାଙ୍କୁ ଜଣେଇବାକୁ ଆଜି ସ୍ଥାନୀୟ ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି,ଅବାଧ ଏବଂ ନିରପେକ୍ଷ ନିର୍ବାଚନ କିଭଳି ହେବ ତା ପାଇଁ ସ୍ଥାନୀୟ ପୁଲିସ ଅଣ୍ଟା ଭିଡିଛି । ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନା ଅଧିକାରୀ ଭଗବାନ ପୂଜାରୀ,ଏସଆଇ ଅନନ୍ତ କୁମାର ପ୍ରଧାନ,ସିଏଚ କାମରାଜୁ ରେଡି, ମହିଳା ଏସଆଇ ରଞ୍ଜିତା ବେହେରା ,ଏଏସଆଇ ବୁଲୁ ବେହେରା, ରବୀନ୍ଦ୍ର ସେଠୀଙ୍କ ସମେତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଇଆରବିର ଏକ ପ୍ଲାଟୁନ ଏବଂ ଏସଏଫର ଏକ ସେକ୍ସନ ପୋଲିସ ଫୋର୍ସ ଯବାନମାନେ ଥାନାରୁ ବାହାରି ଗାନ୍ଧୀ ଛକ, ଚକରା ବିଷୋୟୀ ଛକ, ଭେଟନାରୀ ରୋଡ଼ ଦେଇ ପୋଷ୍ଟ ଅଫିସ ଛକ, ନୂଆସାହି, ସାରକୁଲାର ରୋଡ଼, ଟେଲିଫୋନ ଭବନ,ବରାଳିନୀ ମାର୍କେଟ ଲକ୍ଷ୍ମୀ ବଜାର ସହ ସାରା ସହର ପରିକ୍ରମା କରିଥିଲେ ।
