ଅପହଞ୍ଚ ଗାଁର ବିକାଶ ଦାବି, ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

0 151

ଦେବଗଡ: ଦେବଗଡ଼ ଜିଲ୍ଲାରେ ଏପରି କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା ଆଜି ବି ଅପହଂଚ ହୋଇପଡିଛି । ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି । ସମସ୍ତ ବ୍ୟବସ୍ଥା ଅଛି, କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇପାରୁନାହାଁନ୍ତି । ଗ୍ରାମରେ ପିଇବା ପାଣି ପାଇଁ ବରୱେଲ ସହିତ ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବିନିଯୋଗ ମଧ୍ୟ ହୋଇଛି । କିନ୍ତୁ ବରୱେଲ ୍‌ ଜଳ ବିଭାଗ ପକ୍ଷରୁ ଖଳା ଯାଇଥିବାବେଳେ ରାସ୍ତା ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ଆଜି ବି ବିକାଶ ସେମାନଙ୍କ ପାଇଁ ଅପହଂଚ ହୋଇପଡିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରକୋଟ ବ୍ଲକର ମଧ୍ୟପୁର ପଂଚାୟତର ରଘୁନାଥପୁର ଗ୍ରାମରେ । ଏନେଇ ଉକ୍ତ ଗ୍ରାମବାସୀମାନେ ବୈଠକ କରିବା ସହିତ ରାସ୍ତା, ବିଜୁଳି, ଅଙ୍ଗନୱାଡି, ପିଇବା ପାଣି ସ୍ୱତନ୍ତ୍ର ଗ୍ରମରେ ମାନ୍ୟତା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ସୁବିଧା କରିବା ସଂପର୍କରେ ବୈଠକ କରି ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ମୌଳିକ ସୁବିଧା ଗୁଡିକର ସମାଧାନ କରାନଗଲେ ଆଗାମୀ ସାଧାରଣ ନିର୍ବାଚନରେ ଉକ୍ତ ଗ୍ରାମବାସୀମାନେ ଭୋଟ ବର୍ଜନ କରିବେ ବୋଲି ଗ୍ରାମରେ ବୈଠକରେ ନିଷ୍ପତି ନେବାସହ ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ଗ୍ରାମରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଛନ୍ତି । ଏ ନେଇ ପୂର୍ବରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ପ୍ରଶାସନଙ୍କଠାରୁ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଯାଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ଯାଉପାରୁନାହିଁ । ଘରୁକୁ ଘର ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରାଯାଇଛି । ତାହାବି ଠିକ ଭାବେ କାମ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମରେ ସରକାରୀ ଯୋଜନା ପଂହଚିଛି ସତ କିନ୍ତୁ ହେଲେ ତାହା କାଗଜକଲମରେ ସୀମିତ ରହିଯାଉଥିବା ଅଭିଯୋଗ କରିଛନ୍ତି ।
ଗ୍ରାମବାସୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ବାଧ୍ୟ ହୋଇ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।

hiranchal ad1
Leave A Reply

Your email address will not be published.

three × 2 =