ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇଟି କାର୍‌ ଜବତ,ତାମିଲନାଡୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ

0 485

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଅଞ୍ଚଳରୁ ତାମିଲନାଡୁ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ଥ ଡାବୁଡାକା ଘାଟି ନିକଟରେ ମାଡ଼ି ବସିଲା ପୋଲିସ୍‌ । ୧୩୨ କେଜି ଗଞ୍ଜେଇ ସହ ଦୁଇଟି କାର୍‌ ଜବତ କରିଛି ପୋଲିସ୍‌ । ଏଥିସହିତ ସେମାନଙ୍କ ନିକଟରୁ ନଗଦ ଚାଲି ଲକ୍ଷ ଟଙ୍କା ସମେତ ସାତୋଟି ମୋବାଇଲ୍‌ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି । ଘଟଣାରେ ତିନିଜଣ ମାଫିଆଙ୍କୁ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମାଫିଆ ଫେରାର୍‌ ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଗିରଫ ମାଫିଆଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଅଶୋକ ଗିରି, ତାମିଲନାଡୁ ରାଜ୍ୟର ପାଲାୟାମକୋତାଇର ଲର୍ଡୋ ଆଣ୍ଟୋନି ଓ ଜେ.ସେଲଭା କୁମାର ହୋଇଥିବା ବେଳେ ଅନ୍ୟ ଦୁଇ ମାଫିଆ ବୌଦ୍ଧ ଜିଲ୍ଲା କଣ୍ଟାମାଳର ଘନ ରଣା ଓ ବଲାଙ୍ଗିରର ଭୋଳା ସାହୁ ଫେରାର ଅଛନ୍ତି । ଏନେଇ ବାଲିଗୁଡ଼ା ଥାନା କେସ୍‌ ନଂ ୭୫/୨୦୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଯାରି ରଖିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ରାହୁଲ ଗୋଏଲ୍‌ ।

hiranchal ad1
Leave A Reply

Your email address will not be published.

one × 1 =