ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ,ଦୁଇ ଗୁରୁତର

0 222

ହରଭଙ୍ଗା : ପୁରୁଣାକଟକ-ଧଳପୁର ପୂର୍ତ୍ତ ରାସ୍ତାର ବୁରୁବୁଡାଠାରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ମତେ ଫୁଲବାଣୀ ଅଞ୍ଚଳର ମନୋଜ ସାହୁ(୪୦), ମିଥୁନ ସାହୁ( ୩୨) ଦୁଇଜଣ ଯୁବକ ବାହାଘର କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ସମୟରେ ବାଇକ ଆରୋହୀ ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ମନୋଜ ସାହୁଙ୍କ ମୁହଁରେ ଗଭୀର ଆଘାତ ହୋଇଥିବା ବେଳେ ମିଥୁନ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଲୋକ ପୁରୁଣାକଟକ ମେଡିକାଲ ଭର୍ତ୍ତି କରିଥିଲେ । ମନୋଜର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

four × 4 =