ସିନାପାଲିରେ କଡ଼ାକଡି ଶୂନ୍ୟ ସଡ଼କ ଦୁର୍ଘଟଣା ସପ୍ତାହ, ଦିନକରେ ୨ ଲକ୍ଷ ୪୨ ହଜାର ତଣ୍ଡ ଗଣିଲେ ଅମାନିଆ

0 73

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ପୋଲିସ ତରଫରୁ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଚେକିଂ କଡ଼ାକଡ଼ି କରାଯାଇଛି । ସିନାପାଲିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଇ ଅମାନିଆ ମାନଙ୍କ ଠାରୁ ମୋଟ ୨ ଲକ୍ଷ ୪୨ ହଜାର ୫ଶହ ଟଙ୍କା ତଣ୍ଡ ସଂଗ୍ରହ କରାଯିବା ସହ ୪ ଜଣ ମଦ୍ୟପ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ସିନାପାଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି । ଟ୍ରାଫିକ ସବ ଇନ୍ସପେକ୍ଟର ପ୍ରଜ୍ଞାପରମିତା ଭୋଲୋ ଏବଂ ଆରଟିଓ ଅଧିକାରୀ ତଥା ସିନାପାଲି ପୁଲିସ ସବଇନ୍ସପେକ୍ଟର ହରେକୃଷ୍ଣ ଜାନି, ଗୌରୀଶଙ୍କର ଦାଶ, ଏଏସଆଇ ପ୍ରଭାକର ନାୟକ ସମେତ ଅନେକ କର୍ମଚାରୀ ଉପସ୍ଥିତ ରହି କଡ଼ାକଡ଼ି ଚେକିଂ କରିଥିଲେ । ସିନାପାଲି ପୁଲିସ ପକ୍ଷରୁ ମୋଟର ସାଇକେଲ ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା, ଗାଡିର କାଗଜାତ ଠିକ୍‌ ରଖିବା, ମୋବାଇଲ ବ୍ୟବହାର ନ କରିବା , ଅଠର ବର୍ଷରୁ କମ୍‌ ବୟସର ଯୁବକ ଗାଡି ନ ଚଲାଇବା ସହ ଡ୍ରାଇଭିଙ୍ଗ ଲାଇସେନ୍ସ ରଖିବା ଓ ମଦ୍ୟପାନ କରି ଗାଡ଼ି ନ ଚଳାଇବାକୁ ବାରମ୍ବାର ସଚେତନ କରାଯାଉଛି । ଏହି ନିୟମ ଖିଲାପି କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

eleven + 8 =