ପାରିବାରିକ କଳହର କରୁଣ ପରିଣତି ; ସ୍ତ୍ରୀକୁ ମାରିଲା, ନିଜେ ମଲା

0 65

ସୋର : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିବା ପରେ ନିଜ ବିଷ ପିଇ ଜୀବନ ହାରିଲା ସ୍ୱାମୀ । ଘଟଣା ଘଟିଛି ଭଦ୍ରକ ଖଇରା ଥାନା ତିଳଦା ଗାଁରେ । ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ ।

hiring

ସୂଚନା ଥାଉକି, କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ରାଗରେ ଉତକ୍ଷୀପ୍ତ ହୋଇ ସ୍ତ୍ରୀକୁ ବାଡେଇଥିଲା ସ୍ୱାମୀ । ସ୍ତ୍ରୀ ବାଡେଇବା ପରେ ବିଷ ପିଇ ଦେଇଥିଲା ସ୍ୱାମୀ । ତେବେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଷ ପିଇବା ପରେ ଭଦ୍ରକ ମେଡ଼ିକାଲରେ ସ୍ୱାମୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ବି ତାଙ୍କର ମୃତ୍ୟୁ ହୋଇଛି ।

hiranchal ad1
Leave A Reply

Your email address will not be published.

6 − three =