ବିରୋଧୀଙ୍କ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

0 37

ଭୁବନେଶ୍ୱର : ବିଧାନସଭା ବଜେଟ୍‌ ଅଧିବେଶନ । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି । କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହାଲ୍ଲା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

hiring

ଖବର ଅନୁଯାୟୀ, ବିଧାନସଭାରେ ଶୁନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୋହାଲ୍ଲ କରୁଥିଲେ । ଏହି ସମୟରେ ବିଜେଡି ମଧ୍ୟ ପିଏମ୍‌ ଆବାସ ଯୋଜନା ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲା । ସଦସ୍ୟମାନେ ନିଜ ସିଟ୍‌ରୁ ଉଠି ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ୍‌ ନିକଟରେ ଯାଇ ହୋହାଲ୍ଲା କରିଥିଲେ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

hiranchal ad1
Leave A Reply

Your email address will not be published.

18 − three =