ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

0 69

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅବନ୍ତିପୋରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ଅବନ୍ତିପୋରାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନେଇ ସୂଚନା ମିଳିବା ପରେ ସୋମବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀ ଆତଙ୍କୀଙ୍କୁ ଏନକାଣ୍ଟର କରିଥିଲେ । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାବଳ ।

hiring

ସୂଚନା ଅନୁଯାୟୀ, ୨୬ ଫେବ୍ରୁଆରୀରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ କାଶ୍ମୀର ପଣ୍ଡିତ ସଂଜୟ ଶର୍ମାକୁ ହତ୍ୟା କରିଥିଲେ । ଏହି ଟାର୍ଗେଟ୍ କିଲିଂ ମାମଲା ସାମ୍ନାକୁ ଆସିବା ପରେ ସୁରକ୍ଷାବଳ ଯାଞ୍ଚ ଅରମ୍ଭ କରିଥିଲେ ।

ଚଳିତ ବର୍ଷ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ସଂଖ୍ୟାଲଘୁ ସମୁଦାୟର ଜଣକୁ ହତ୍ୟା କରିଥିଲେ । ସେହିପରି ୨୦୨୨ରେ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ୩୦ରୁ ଅଧିକ ନାଗରିକଙ୍କୁ ଟାର୍ଗେଟ୍ କରି ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ୩ କାଶ୍ମୀର ପଣ୍ଡିତ, ରାଜସ୍ଥାନର ଜଣେ ବ୍ୟାଙ୍କ ପ୍ରବନ୍ଧକ, ଜଣେ ଶିକ୍ଷୟିତ୍ରୀ ଏବଂ ୮ଜଣ ବାହାର ରାଜ୍ୟର ଶ୍ରମିକଙ୍କ ସହିତ ୧୮ ଲୋକଙ୍କ ମୃତ୍ୟୁ ହୋଇଛି ।

hiranchal ad1
Leave A Reply

Your email address will not be published.

15 − two =