ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିଦର୍ଶନ କଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

0 112

ଚଣ୍ଡିଖୋଲ : ବିଶ୍ୱବ୍ୟାଙ୍କ ଓ ଓଡିଶା ସରକାରଙ୍କ ମିଳିତ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଓ ଏଚଇପିଇଇ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ନିମନ୍ତେ ବୁଧବାର ବିଶ୍ୱବ୍ୟାଙ୍କର ଏକ ଚାରି ଜଣିଆ ପ୍ରତିନିଧି ଦଳ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳରେ ସଂଗୀତା ଦେ, ସଂଗୀତା ଗୋଏଲ ସାମିଲ ହୋଇ ପ୍ରକଳ୍ପର ସମୀକ୍ଷା କରିଥିଲେ । ମହାବିଦ୍ୟାଳୟ ପରିଚାଳନ ସମିତିର ସଭାପତି ପ୍ରଫେସର ବିନାୟକ ପଣ୍ଡା, ପ୍ରିନ୍ସିପାଲ ଡ଼ ମନୋଜ କୁମାର ଦାସ, ପ୍ରାଧ୍ୟପକ ବିଜୟ କୁମାର ସାମଲ, ପ୍ରକଳ୍ପ ସଂଯୋଜକ ପ୍ରାଧ୍ୟପକ ବିମଳ ଚନ୍ଦ୍ର ମଲ୍ଲିକ, ଉପ ସଂଯୋଜକ ଅଧ୍ୟାପକ ଡ଼ ପ୍ରମୋଦ କୁମାର ଦାସ, ନୋଡ଼ାଲ ଅଧିକାରୀ ଅଧ୍ୟାପକ ଧରଣୀଧର ମହାରଣା ପ୍ରମୁଖ ଉକ୍ତ ପ୍ରକଳ୍ପ ସମୀକ୍ଷା ବୈଠକରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଦର୍ଶନରେ ଆସିଥିବା ବିଶ୍ୱବ୍ୟାଙ୍କର ଚାରି ଜଣିଆ ପ୍ରତିନିଧି ଦଳ ମହାବିଦ୍ୟାଳୟ ପରିସରରେ ନିର୍ମିତ ହେଉଥିବା ଏକ ଛାତ୍ରାବାସ ଓ ଏକ ଭବନର ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ଜଳନ୍ଧର ବେହେରା ଓ ସହାୟକ ଯନ୍ତ୍ରୀ ଜନ୍ମଜୟ ଷଢଙ୍ଗିଙ୍କୁ ପ୍ରକଳ୍ପଗୁଡ଼ି଼କର କାର୍ଯ୍ୟ ଶେଷ କରି ମହାବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

8 + 8 =