ନକଲି ଗୁଟ୍‌ଖା ଗୋଦାମରେ ପୋଲିସର ଚଢଉ,ଜଣେ ଗିରଫ

0 40

ଗଞ୍ଜାମ/ ବ୍ରହ୍ମପୁର: ବଡବଜାର ଥାନା ପୋଲିସ ପକ୍ଷରୁ ହରିଡାଖଣ୍ଡି ବଡ଼ ସାହିରେ ସନ୍ତୋଷ ସାହୁଙ୍କ ଘରେ ଦୀର୍ଘ ଦିନ ଧରି ବେଆଇନ୍‌ ଭାବେ ଚାଲିଥିବା ଆଉ ଏକ ଗୁଟ୍‌ଖା ଗୋଦାମ୍‌ ଉପରେ ବ୍ରହ୍ମପୁର ବଡବଜାର ଥାନା ପୋଲିସ ଚଢଉ କରି ପ୍ରାୟ ୧୩୯ କିଲୋ ନକଲି ଗୁଟ୍‌ଖା ଜବତ କରିଛି । ଏହି ଗୁଟ୍‌ଖା ବ୍ୟବସାୟରେ ସନ୍ତୋଷ ସାହୁ ଓ ମିଟୁ ସାହୁ ନାମକ ଦୁଇ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ପୋଲିସ ଜାଣିବା ପରେ ମିଟୁଙ୍କୁ ଆଜି ଗିରଫ କରିଛି । ତେବେ ସନ୍ତୋଷ ଫେରାର ଥିବା ଜଣାପଡିଛି । ମିଟୁ ଓ ସନ୍ତୋଷ ଦୀର୍ଘ ଦିନ ଧରି ନକଲି ଗୁଟ୍‌ଖା ବ୍ୟବସାୟ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ଚଢଉ କରିଥିଲା । ବର୍ତ୍ତମାନ ସହରର କିଛି ସ୍ଥାନରେ ଗୁଟ୍‌ଖା ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ମଧ୍ୟ ନିୟମିତ ଚଢଉ କରି ଗୁଟଖା ମାଲିକଙ୍କ ନିଦ ହଜେଇ ଦେଇଥିବା ଚର୍ଚ୍ଚା ହେଉଛି । ଗତ କିଛି ଦିନ ପୂର୍ବେ ସଦର ଥାନା ଅନ୍ତର୍ଗତ ବାଉଁସିୟା ପଲ୍ଲୀ ଗ୍ରାମ ନିକଟରେ ବେଆଇନ ଭାବେ ଦୀର୍ଘ ଦିନ ଧରି ଚାଲିଥିବା ୩ଟି ଗୁଟଖା କମ୍ପାନୀ ଉପରେ ଚଢ଼ାଉ କରି ପ୍ରାୟ ୩କୋଟି ଟଙ୍କାର ନକଲି ଗୁଟଖା ସହ ବିଭିନ୍ନ କଞ୍ଚାମାଲ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍‌ ଜବତ କରିବାରେ ସଫଳ ହୋଇଥିଲେ । କିନ୍ତୁ ଏହି ଚଢ଼ାଉ ପରେ ଗୁଟଖା କମ୍ପାନୀ ମାଲିକ ନରେନ୍ଦ୍ର ସାହୁ ଫେରାର ହୋଇଯାଇଥିଲା । ଫଳରେ ବ୍ରହ୍ମପୁର ଏସ୍ସିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ହେଲେ ଗତକାଲି ଭୁବନେଶ୍ୱରରୁ ନରେନ୍ଦ୍ରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ନରେନ୍ଦ୍ର ସାହୁଙ୍କ ଗୁମାସ୍ତା ମିଟୁ ସାହୁ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ବେଳେ ତାକୁ କୁଆଡେ ଜଣେ ପୋଲିସ ଅଧିକାରୀ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

four × three =