ତୃତୀୟ ଦିନରେ ସୁବର୍ଣ୍ଣପୁର ଜ଼ିଲ୍ଲା ଟ୍ରାକ୍ଟର ମାଲିକ ସଂଘର ଆନ୍ଦୋଳନ

0 96

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଁଚିଛି । ଗତ ୨ ଦିନତଳେ ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ସଂଘର ନିଷ୍ପତ୍ତି କ୍ରମେ ଗତ କାଲି ଠାରୁ ସହରରେ ଚାଲୁଥିବା ସମସ୍ତ ଟ୍ରାକ୍ଟରଗୁଡିକ ବନ୍ଦ କରି ଦିଆଯାଇଛି । ସହରରେ ଘରୋଇ ଓ ସରକାରୀ ନିର୍ମାଣ ପାଇଁ ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଛନ୍ତି । ହେଲେ ରାଜସ୍ୱ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି । ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟଙ୍କା ଆଦାୟ କରି ଆବଶ୍ୟକ ପରିବହନ ଅନୁମତି ଫର୍ମ ଓ ରୟାଲଟି ରସିଦ ଦେଉନାହିଁ । ସେପଟେ ବେଆଇନ ଓ ଚୋରା ବାଲି ନାଁରେ ରାଜସ୍ୱ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମନଇଚ୍ଛା ଫାଇନ ଆଦାୟ କରୁଛନ୍ତି । ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଗତ ୩ଦିନ ଧରି ଚାଲିଥିବା ଟ୍ରାକ୍ଟର ସଂଘର ଦାବୀ ସମାଧାନ ଦିଗରେ ପ୍ରଶାସନ ଅଦ୍ୟାବଧି କିଛି ନିଷ୍ପତ୍ତି ନେଇନାହିଁ । ଆଗକୁ ମଧ୍ୟ ଟ୍ରାକ୍ଟର ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଥିବା ଯୋଗୁଁ ଜନସାଧାରଣ ତଥା ସରକାରୀ ନିର୍ମାଣ କାମସବୁ ଠପ୍‌ ହୋଇ ଏକ ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

8 − 5 =