ଶିଶୁର ସିଙ୍ଗଲ ୟୁନିଟ୍‌ କିଡ୍‌ନି ୨ ବୟସ୍କଙ୍କ ଶରୀରରେ ପ୍ରତିରୋପଣରେ ଆପୋଲୋ ହସ୍ପିଟାଲର ବିରଳ ସଫଳତା

0 42

ଭୁବନେଶ୍ୱର, ୧୫/୦୯: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିଛି ଆପୋଲୋ ହସ୍ପିଟାଲ,ଭୁବନେଶ୍ୱର । ପ୍ରଥମଥର ପାଇଁ ଜଣେ ବାଳକଙ୍କ ଶରୀରର କିଡ୍‌ନି ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସଫଳତାପୂର୍ବକ ପ୍ରତିରୋପଣ କରାଯାଇଛି । ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଚିକିତ୍ସିତ ହେଉଥିବା ୨୯ ବର୍ଷ ବୟସ୍କ ଯୁବକ ପ୍ରିତମ୍‌ ପ୍ରସାଦ ସ୍ୱାଇଁ ଏବଂ ୫୫ ବର୍ଷୀୟା ଉର୍ମିଳା ପଣ୍ଡାଙ୍କୁ ନୂଆ ଜୀବନ ଦେଇଛନ୍ତି ମୃତ ବାଳକ । ମୃତ୍ୟୁ ପରେ ନିଜ ପୁଅର କିଡ୍‌ନି ଦାନ କରି ଦୁଇ ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ସାଧାରଣ ଜୀବନ ବଚିଂବା ପାଇଁ ସେମାନେ ଦ୍ୱିତୀୟ ଥର ସୁଯୋଗ ଦେଇଛନ୍ତି ।
୨୦୧୧ ରେ ଆପୋଲୋ ହସ୍ପିଟାଲ,ଭୁବନେଶ୍ୱରର ନେଫ୍ରୋଲୋଜି ବିଭାଗର ଡାକ୍ତରମାନେ ପ୍ରିତମ୍‌ଙ୍କ କିଡନୀ ନଷ୍ଟ ହୋଇଯାଇଥିବା ଚିହ୍ନଟ କରିଥିଲେ । ମାତ୍ର ୧୯ ବର୍ଷ ବୟସରେ କିଡ୍‌ନୀ ନଷ୍ଟ ହୋଇଯାଇଥିବାରୁ ପ୍ରିତମଙ୍କୁ ଦୈନିକ ୫ ଘଂଟା କରି ସପ୍ତାହରେ ୩ ଥର ଡାଏଲିସିସ୍‌ କରିବାକୁ ପଡୁଥିଲା । ସେହିଭଳି ୫୫ ବର୍ଷ ବୟସ୍କା ଉର୍ମିଳା ପଣ୍ଡା ମଧ୍ୟ (ଏଣ୍ଡ ଷ୍ଟେଜ୍‌ ଅଫ୍‌ ରେନାଲ ଡିଜିଜ୍‌) ଇଏସ୍‌ଆରଡିରେ ପିଡିତ ହୋଇ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏଭଳି ଜଟିଳ ଅବସ୍ଥାରେ ଜୀବନ ଜୀଇଁ ବାର ସୁଯୋଗ ପାଇ ଥିବାରୁ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସୁଧାଂଶୁ ଲେଙ୍କାଙ୍କ ପିତାମାତାଙ୍କୁ ତଥା ଭଗବାନଙ୍କ ନିକଟରେ ଉଭୟେ କୃତଜ୍ଞତା ପ୍ରକାଶ କରିଛନ୍ତି ।
ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ବରିଷ୍ଠ କନସଲଟାଂଟ୍‌, ୟୁରୋଲୋଜି ଆଣ୍ଡ ଟ୍ରାନ୍ସପ୍ଲାଂଟ୍‌ ସର୍ଜନ ଡକ୍ଟର ସମୀରନ୍‌ ଅଧିକାରୀ, କହିଛନ୍ତି ଯେ, ଅସ୍ତ୍ରୋପଚାର ଜରିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଗୋଟିଏ ଲେଖାଏଁ କିଡ୍‌ନୀ ପ୍ରତିରୋପଣ କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ମୃତ୍ୟୁ ପରେ ଜଣେ ୫ ବର୍ଷ ବା ତା’ ଠାରୁ କମ୍‌ ବୟସର ବାଳକ କିଡ୍‌ନି ଦାତାଙ୍କର କିଡ୍‌ନିକୁ ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରାଯାଇଛି । ଆପୋଲୋ ହସ୍ପିଟାଲ୍‌, ଭୁବନେଶ୍ୱରର ଟ୍ରାନ୍ସପ୍ଲାଂଟ ଇନଷ୍ଟିଚ୍ୟୁଟ୍‌ ଦେଶର ପ୍ରଥମ ଡାକ୍ତରଖାନା ଭାବରେ ଜଣେ ବାଳକଙ୍କର କିଡନି ୟୁନିଟକ୍‌ ୁ ଦୁଇ ଜଣ ବୟସ୍କଙ୍କ ଶରୀରରେ ପ୍ରତିରୋପଣ କରିବାରେ ସଫଳତା ପାଇଛି ଓ ଦୁଇଟି ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛି । ଆମ ଦେଶରେ ଏହା ପ୍ରଥମ ଘଟଣା ବୋଲି ଡାକ୍ତର ଅଧିକାରୀ ସୂଚନା ଦେଇଛନ୍ତି ।
ଡାକ୍ତର ଅଧିକାରୀ କହିଛନ୍ତି “ଯେହେତୁ କିଡନୀ ଆକାର୯ ସେମିରୁ ଅଧିକ ଥିଲା ଓ କିଡ୍‌ନିଗୁଡିକ ଭଲ ଥିଲା ଆମେ ଦୁଇ ଜଣ ରୋଗୀଙ୍କ ଠାରେ ଗୋଟିଏ ଲେଖାଏଁ କିଡନୀ ପ୍ରତିରୋପଣ କରିବାକୁ ସ୍ଥିର କରିଥିଲୁ । ଉଭୟ ରୋଗୀ ସୁସ୍ଥ ହୋଇଗଲେ । ଆମେ ଗୋଟିଏ କିଡ୍‌ନି ଏବଂ ଦୁଇଟି କିଡ୍‌ନି ପ୍ରତିରୋପଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଅଧିକ ତଥ୍ୟର ସମୀକ୍ଷା କରି ଜାଣିଲୁ ଯେ ବୟସ୍କ ରୋଗୀଙ୍କ ଠାରେ ଏହା ବେଶ୍‌ ସଫଳ ହୋଇଛି । ଏହା ୨ ବର୍ଷ ଓ ୫ ବର୍ଷ ପରେ ମଧ୍ୟ ଭଲ ଫଳାଫଳ ଦେଉଥିବାରୁ ଆମେ ପ୍ରଥମେ ଗୋଟିଏ କିଡ୍‌ନି ପ୍ରତିରୋପଣ କରି ଏହାକୁ ଲକ୍ଷ୍ୟ କଲୁ । ପ୍ରତିରୋପଣ କରାଯାଇଥିବା କିଡ୍‌ନି ଭଲ ଫଳାଫଳ ଦେଇଥିଲା ତେଣୁ ଆମେ ଦ୍ୱିତୀୟ କିଡ୍‌ନି ର ପ୍ରତିରୋପଣ କରିଥିଲୁ’’ । ପ୍ରଥମ ରୋଗୀ ଅସ୍ତ୍ରୋପଚାର ହେବାର ୭ ଦିନ ଓ ଦ୍ୱିତୀୟ ରୋଗୀଙ୍କୁ ୧୧ ଦିନରେ ଡିସଚାର୍ଜ କରିଦିଆଯାଇଥିଲା । ଡିସ୍‌ଚାର୍ଜ ସମୟରେ ସେମାନଙ୍କର କ୍ରେଟାନିନ୍‌ ଯଥାକ୍ରମେ ୧.୩% ଏମ୍‌ଜି ଓ ୧% ଏମ୍‌ଜି ଥିଲାବେଳେ ବର୍ତମାନ ଉଭୟଙ୍କର କ୍ରେଟାନିନ୍‌ ହାର ୧% ଏମ୍‌ଜିରୁ କମ୍‌ ରହିଛି ଓ ୧ ମାସରୁ ଉଦ୍ଧ୍ୱର୍ ସମୟ ହେବ କିଡ୍‌ନି ପ୍ରତିରୋପଣ କରିଥିବା ଏହି ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ନେଫ୍‌ରୋଲୋଜି ବିଭାଗର ବରିଷ୍ଠ କନସଲଟାଂଟ୍‌ ଡାକ୍ତର ନିସିତ କୁମାର ମହାନ୍ତି କହିଛନ୍ତି ଯେ, ମଧୁମେହ ସମ୍ବନ୍ଧିତ କ୍ରୋନିକ୍‌ କିଡ୍‌ନି ରୋଗ (ସିକେଡି)ରେ ଆକ୍ରାନ୍ତଙ୍କ ସଂଖ୍ୟା ଆମଦେଶରେ ଅଧିକ । ତେଣୁ ଆମ ଦେଶରେ ମଧୁମେହ ରୋଗୀଙ୍କ ସହିତ ସିକେଡିରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଜଣେ ରୋଗୀ ଡାଏଲିସିସ କରୁଥିବା ସମୟରେ ମଧୁମେହର ଯତ୍ନ ନେବା ଜରୁରୀ । “ମଧୁମେହ ଯୋଗୁଁ କିଡନୀରେ ଥିବା ରକ୍ତବାହୀନଳୀଗୁଡ଼ିକ ଦୁର୍ବଳ ହୋଇ ନଷ୍ଟ ହୋଇଯାଏ । କ୍ଷତିଗ୍ରସ୍ତ ରକ୍ତବାହୀନଳୀଗୁଡ଼ିକ କିଡନୀର ସଠିକ୍‌ କାର୍ଯ୍ୟ କରିବା କ୍ଷମତାକୁ ସୀମିତ କରେ । ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ଏବଂ ବର୍ଜ୍ୟବସ୍ତୁ ଫିଲ୍ଟର୍‌ କରିବା କାର୍ଯ୍ୟର ହ୍ରାସ ଯୋଗୁଁ ଶେଷରେ କିଡନୀ ଫେଲ ହୋଇପାରେ । ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ସହ ସତର୍କ ରହିବା, ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ଦ୍ୱାରା ମଧୁମେହକୁ ନିୟନ୍ତ୍ରଣରେ ରଖିହେବ ବୋଲି ସେ କହିଛନ୍ତି ।
ଡାକ୍ତର ମହାନ୍ତି ଓ ଡାକ୍ତର ଅଧିକାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିବାରୁ ଡାକ୍ତର ପ୍ରତୀକ ସାହୋ, ଡାକ୍ତର ରାମକୁମାର, ଡାକ୍ତର ସୁନୀଲ, ଡାକ୍ତର ସରୋଜ, ଆନାସ୍ଥେଷ୍ଟିସ୍‌ ଡାକ୍ତର ସୌମିତ୍ର, ଡାକ୍ତର ଦେବବ୍ରତ ଦାଶ ଏବଂ ଡାକ୍ତର ସମର୍‌ଜିତ ବିଶୋଈଙ୍କୁ ନେଇ ଗଠିତ ଟ୍ରାନ୍ସପ୍ଲାଂଟ ଦଳକୁ ଧନ୍ୟବାଦ ଜଣାଇବା ସହିତ ସୋଟୋ ଏବଂ ଟ୍ରାନ୍ସପ୍ଲାଂଟ ସଂଯୋଜକ ଆୟୁଷ ଏବଂ ସୁବ୍ରତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନିର୍ଦ୍ଦେଶକ ମେଡିକାଲ୍‌ ସର୍ଭିସେସ୍‌ ଡାକ୍ତର ଆଲୋକ ଶ୍ରୀବାସ୍ତବ ଡାକ୍ତର ଅଧିକାରୀ ଏବଂ ଡାକ୍ତର ମହାନ୍ତିଙ୍କୁ ଏହି ସଫଳ ଅସ୍ତ୍ରୋପଚାର ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶେଷ ମୁହୂର୍ତରେ ଖବର ପାଇଥିଲେ ମଧ୍ୟ ଆମର ପରାମର୍ଶଦାତା ଦଳ ଓ ବିଶେଷଜ୍ଞ ଡାକ୍ତରମାନେ ପରିସ୍ଥିତିକୁ ପରିଚାଳନା କରିଥିଲେ ଏବଂ ସଫଳତାର ସହ କିଡ୍‌ନି ପ୍ରତିରୋପଣ କରିଥିଲେ ବୋଲି ଡାକ୍ତର ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି । ଆପୋଲୋ ହସ୍ପିଟାଲ ସହିତ ଯୋଗାଯୋଗ କରିଥିବାରୁ ଡାକ୍ତର ଶ୍ରୀବାସ୍ତବ (ଷ୍ଟେଟ୍‌ ଅର୍ଗାନ୍‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ୍‌ ଅର୍ଗାନାଇଜେସନ୍‌- ଏସ୍‌ଓ ଟିଟିଓ)ସୋଟୋକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଘଟଣା ଅଙ୍ଗ ଦାନ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ଏହା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ଏକ ବଡ଼ ମାଇଲଖୁଂଟ ହେବ ବୋଲି କହିବା ସହିତ ସେ ଲୋକମାନଙ୍କୁ ଅନାବଶ୍ୟକ ଭାବରେ ଔଷଧ ବିଶେଷ କରି ପେନ୍‌ କିଲ୍‌ର ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି କାରଣ ଏହି ଔଷଧଗୁଡିକ କିଡ୍‌ନୀକୁ ନଷ୍ଟ କରିଥାଏ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =