ଗଛକୁ ଧକ୍କା ଦେଲା ସ୍କର୍ପିଓ, ୬ ଆହତ

0 295

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ବଗାଡ଼ି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଲା ସ୍କର୍ପିଓ । ଡ୍ରାଇଭର ସମେତ ୬ଜଣ ଆହତ ହୋଇଥିବା ବେଳେ ତିନିଜଣ ଗୁରୁତର ଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ଓ ୧୦୮ ଆମ୍ବୁଲାନ୍ସ ପହଁଚି ସମସ୍ତଙ୍କୁ କ.ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ସୂଚନା ପ୍ରକାରେ ଏକ ସ୍କର୍ପିଓ ଗାଡ଼ି (OD02 AB -0011) ରାଇକିଆ ପଟୁ କ.ନୁଆଗାଁ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ବେଳେ କ.ନୁଆଗାଁ ଥାନା ବଗାଡ଼ି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଶାଳ ଗଛକୁ ଧକ୍କା ଦେଇଥିଲା । ଫଳରେ ଶାଳ ଗଛଟି ଭାଙ୍ଗି ଯାଇଥିବା ବେଳେ ଗାଡ଼ିଭିତରେ ଥିବା ଡ୍ରାଇଭର ସମେତ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

16 + twelve =