ରିପ୍‌ କରେଣ୍ଟ ନେଲା ପର୍ଯ୍ୟଟକଙ୍କ ଜୀବନ

0 91

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ରିପ୍‌ କରେଣ୍ଟ ନେଲା ଜଣେ ପର୍ଯ୍ୟଟକଙ୍କ ଜୀବନ । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍‌ ବାନାର୍ଜୀ । ଗତକାଲି ସକାଳେ ଅର୍ଚ୍ଚିତ୍‌ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍‌ ହାଉସ୍‌ ନିକଟ ବିର୍ଲା ଗେଷ୍ଟ ହାଉସ୍‌ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ । ତେବେ ସେହି ସମୟରେ ସେ ରିପ୍‌ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା କାଳୀ ମା ଲାଇଫ ଗାର୍ଡ ଆସୋସିଏସନ୍‌ ର ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ପ୍ରାୟ ଅଧଘଣ୍ଟା ପରେ ଅର୍ଚ୍ଚିତ୍‌ କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ଦଶହରା ଅବସରରେ ଅର୍ଚ୍ଚିତ୍‌ ପୁରୀ ବୁଲିବାକୁ ଆସିଥିବା ବେଳେ ତାଙ୍କର ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

3 × one =