ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ସମନ ପଠାଇଲା ଇଡି

0 77

ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ପୁଅ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ସମନ୍ ପଠାଇଲା ଇଡି । ଏଫଇଏମଏ ତଥା ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ୍-୧୯୯୯ର ଏକ ମାମଲାରେ ଗେହଲଟଙ୍କ ପୁଅ ବୈଭବଙ୍କୁ ପଚରାଉଚରା କରିବ ଇଡି । ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୨୭ ତାରିଖରେ ସେ ହାଜର ହେବା ନେଇ ସୂଚନା ରହିଛି ।ଏହି ପ୍ରସଙ୍ଗରେ ଜବାବ ଦେଇ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ରାଜସ୍ଥାନରେ ବିକାଶ କାର୍ଯ୍ୟ ହୋଇପାରିବ ନାହିଁ କାରଣ ଇଡି ପ୍ରତିଦିନ ସମନ ପଠାଉଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ମତ ରଖିଥିଲେ। ସେ କହିଛନ୍ତି, ‘ ୨୫/୧୦/୨୦୨୩ ରାଜସ୍ଥାନର ମହିଳାମାନଙ୍କ ପାଇଁ କଂଗ୍ରେସ ଗ୍ୟାରେଣ୍ଟିଆ ଆରମ୍ଭ ଏବଂ ତାରିଖ ୨୬/୧୦/୨୦୨୩ – ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଜୀ ଡୋଟାସରା ଉପରେ ଇଡି ଆକ୍ରମଣ – ମୋ ପୁଅ ବୈଭଭ ଗେହଲଟଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି। ରାଜସ୍ଥାନରେ ଇଡି ରେଡ୍ କରୁଛି କାରଣ ରାଜସ୍ଥାନର ମହିଳା, କୃଷକ ଏବଂ ଗରିବ କଂଗ୍ରେସ ସ୍କିମ୍ ଦ୍ୱାରା ଲାଭ ପାଇବେ ଯାହା ବିଜେପି ଚାହୁଁ ନାହିଁ।ସରକାରୀ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ରାଜସ୍ଥାନ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୧ ର କାଗଜ ଲିକ୍ ମାମଲାରେ ଇଡି କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଗୋବିନ୍ଦ ସିଂ ଡୋଟାସାରା ଏବଂ ସ୍ୱାଧୀନ ବିଧାୟକ ଓମ୍ ପ୍ରକାଶ ହୁଡଲାଙ୍କ ବାସଭବନରେ ମଧ୍ୟ ଇଡି ଚଢାଇ କରିଥିଲା । ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ରହିଥିବାବେଳେ ବର୍ତ୍ତମାନ ଏପରି ପରିସ୍ଥିତିକୁ ଦେଖି ରାଜନୈତିକ ମାହୋଲ ସରଗରମ ରହିଛି । ପ୍ରତିଟି ଆସନରେ ଲଢିବା ପାଇଁ ଦଳ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ରାଜସ୍ଥାନର ଶାସକ ଦଳ ଉପରେ ଇଡିର ଏଭଳି ଚଢାଉକୁ ନେଇ ରାଜନୀତିରେ ଚହଳ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

4 × 2 =