ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ରାଜ୍ୟ ସରକାର ପୁଣି ଥରେ ଖୁସି କରିଛନ୍ତି । ସରକାରୀ କର୍ମଚାରୀଙ୍କୁ ମିଳିଛି ବାହୁଡାଯାତ୍ରାର ଉପହାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି ।

ଫଳରେ ମହଙ୍ଗା ଭତ୍ତା ୨୫୭ ପ୍ରତିଶତରୁ ବୃଦ୍ଧି ପାଇ ୨୬୨ ପ୍ରତିଶତ ହୋଇଛି । ଏହା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଜୁଲାଇ ମାସ ଦରମାରେ ମଧ୍ୟ ବର୍ଦ୍ଧିତ ଭତ୍ତା ପାଇପାରିବେ । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଦ୍ୱାରା ରାଜ୍ୟର ହଜାର ହଜାର ସରକାରୀ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ଲାଭବାନ ହେବେ ।
