ଷୋହଳ ସୁଆଙ୍ଗ ଦଣ୍ଡନାଟ ଏବେ ନୂଆଁ ରୂପରେ

0 262

ସୁବର୍ଣ୍ଣପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଲୋକକଳାର ପୁନଃଉଦ୍ଧାର ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ମହାନ ହୃଦୟସ୍ପର୍ଶୀ ଲୋକକଳା ଷୋହଘ ସୁଆଙ୍ଗ ଦଣ୍ଡନାଟ ଏବେ ନୂଆଁରୂପରେ । ସୁବର୍ଣ୍ଣପୁର ଜିଲ୍ଲାର ଲୋକନୃତ୍ୟ ଅନୁଷ୍ଠାନ ପଏଁରୀର ସମ୍ପାଦକ ତଥା ଲୋକକଳା ଗବେଷକ ଚୌଧୁରୀ ବିଭାରଙ୍କ ତତ୍ତ୍ୱାବଧାନରେ ଏବଂ ନୃତ୍ୟ ଗୁରୁ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଷୋହଳ ସୁଆଙ୍ଗ ଦଣ୍ଡନାଟ ର ୧୬ ଟି ଲୋକକଳାକୁ ମଞ୍ଚ ମାଧ୍ୟମରେ ଏବଂ ଲୋକମାନଙ୍କୁ ମନକୁ ଜିଣିବା ପାଇଁ ଶିଷ୍ୟମାନଙ୍କୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ଓ ଗୀତର ଶିକ୍ଷା ଦିଆଯାଉଛି । ବୀଣାକର.. ବିନାକାରୁଣୀ, ଶବର.. ଶବରାଣୀ, ପତର ସଉଁରା.. ସଉଁରାଣୀ, ଫକୀର.. ଫକୀରାଣୀ, ଦିଅର.. ଭାଉଜ, ଶାଳୀ.. ଭିଣୋଇ, ବାଇଧନ, ଧୂପଖେଳ, ହର… ପାର୍ବତୀ, ପ୍ରଭା… ପ୍ରଭାଣୀ ଆଦି ସୁଆଙ୍ଗ ଲୋକକଳାକୁ ସମସାମୟିକ ତଥା ନୃତ୍ୟରେ ଶିକ୍ଷା ଦାନ ଦିଆଯାଉଛି । ଏଥିରେ ଗୋଧନେଶ୍ୱର ଦଣ୍ଡ ନୃତ୍ୟ ଦଳ ବାସୁଦେବପୁର ଓ ବାବା ଗୁପ୍ତେଶ୍ୱର ଦଣ୍ଡ ନୃତ୍ୟ ଦଳ ମେଣ୍ଢାମାଳର ସମସ୍ତ ଲୋକ କଳାକାର ଉପସ୍ଥିତ ରହି ଗୁରୁଙ୍କଠାରୁ ଶିକ୍ଷା ନେଉଛନ୍ତି । ଗୁରୁ ଗୋକୁଳ ମାଝୀ, ଭୂଷଣ ଦେହୁରୀ ସନନ୍ତ ବଘାର, ଅରୁଣ ମେହେର, ସୁରୁବାବୁ ମେହେର, ବିଘ୍ନରାଜ କର୍ଣ୍ଣ, ବୁଲୁ ବାଘ, ଶୁକୃ ବେହେରା, ଚନ୍ଦ୍ରଶେଖର କର୍ମୀ, ବଂଶୀଧର କବାଟ, ବିଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =