ମାଟିତଳୁ ବାହାରିଲା ମମିତାଙ୍କ ଚେନ, ପାଉଁଜି ଓ ବ୍ୟାଗ

0 468

ଭୁବନେଶ୍ୱର : ମାଟି ତଳେ ଯେଉଁ ଶବ ବାହାରିଛି ତାହା କାହାର ତାହା ଏଯାବତ ସ୍ପଷ୍ଟ ହୋଇନାହିଁ  । ତେବେ ମାଟି ତଳୁ ଯେଉଁ ଚେନ, ପାଉଁଜି ଓ ବ୍ୟାଗ ମିଳିଥିଲା ତାହା ମମିତା ମେହେରଙ୍କର ବୋଲି ସ୍ପଷ୍ଟ ହୋଇଛି  । ତାଙ୍କ ପରିବାର ଲୋକେ ଏହା ଚିହ୍ନଟ କରିଛନ୍ତି  ।

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଆଉ ଏକ ବଡ଼ ଦିଗ ସାମ୍ନାକୁ ଆସିଛି  । ତାଙ୍କୁ ମାରି ମାଟିତଳେ ପୋତି ଦିଆ ଯାଇଥିବା ସନ୍ଦେହ କରାଯାଉଥିଲା  । ଏନେଇ ଆଜି ସକାଳୁ ସକାଳୁ ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ଦ୍ୱାରା ଖୋଳତାଡ଼ କରାଯାଇଥିଲା  । ମାଟିତଳୁ ଏକ ଗଳିତ ଶବ ଉଦ୍ଧାର ହେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟିକରିଛି  ।

hiring

ମିଳିଥିବା ସୂଚନା ଅନୁଯାୟୀ, ମମିତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଥିଲା ବୋଲି ପୁଲିସ ସନ୍ଦେହ କରିଥିଲା  । ତେଣୁ ସନ୍ଧାନୀ କୁକୁରର ସହାୟତାରେ ଜେସିବି ଦ୍ୱାରା ମାଟି ଖୋଳା ଯାଇଥିଲା  । ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଥିବାବେେଳେ ତାହା ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ କରାଯାଇନାହିଁ  । ଏନେଇ ଛାନଭିନ ଚାଲିଥିବାବେଳେ ଡିଏନଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗୀର ପୁଲିସ ପକ୍ଷରୁ କୁହାଯାଇଛି  । ଅପରପକ୍ଷରେ ମାଟି ଖୋଳା ବେଳେ ମମିତାଙ୍କର ଜଣେ ସର୍ମ୍ପକୀୟ ବି ଉପସ୍ଥିତ ଥିଲେ  । ଶବ ମିଳିବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି  ।

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତାଙ୍କ ନିଖୋଜ ପଛରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ହାତ ରହିଥିବା ଅଭିଯୋଗ ହେଉଛି  । ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଥିଲେ ବି ବାରାକର ସେ ଫେରାର ହୋଇଯାଇଛି  । ଏନେଇ ୩ ପୁଲିସଙ୍କୁ ସସପେଣ୍ଡ କରାଯାଇଛି  । ଅପରପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି  । ଶ୍ରୀ ମିଶ୍ରଙ୍କ ସହ ଗୋବିନ୍ଦର ଭଲ ସମ୍ପର୍କ ଥିବା କୁହାଯାଉଛି  ।

hiranchal ad1
Leave A Reply

Your email address will not be published.

2 + 5 =