ଗର୍ଭବତୀ ମହିଳାଙ୍କ ପେଟରୁ ବାହାରିଲା ୧୯କେଜି ଟ୍ୟୁମର

0 79

ଅଗରତାଲା : ତ୍ରିପୁରାରେ ୨୬ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ପେଟରୁ ୧୯ କିଲୋଗ୍ରାମ ଟ୍ୟୁମର ବାହାର କରାଯାଇଛି । ଏ ବିଷୟରେ ଗର୍ଭବତୀ ମହିଳାଙ୍କର କୌଣସି ଧାରଣା ନଥିଲା ଯେ ଶିଶୁ ସହିତ ତାଙ୍କ ପେଟରେ ଏକ ଟ୍ୟୁମର ଅଛି । ଏହାକୁ ଡାକ୍ତରମାନେ ଚିହ୍ନଟ କରିବା ସହ ସଫଳତାର ସହ ବାହାର କରିଛନ୍ତି ।
ଧଲାଇ ଜିଲ୍ଲାର ଚାଭମାନୁ ନିବାସୀ ଏହି ମହିଳାଙ୍କୁ ଅଗରତାଲାର ଗୋବିନ୍ଦ ବଲ୍ଲଭ ପନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତରମାନେ ଏହି ଟ୍ୟୁମରକୁ ଚିହ୍ନଟ କରିଥିଲେ । ଦେଢ ଘଣ୍ଟା ଧରି ଚାଲିଥିବା ଅପରେସନ୍‌ ମାଧ୍ୟମରେ ଏହାକୁ ସଫଳତାର ସହ ହଟାଇ ଦେଇଥିଲେ ।
ରୋଗୀ ଜଣକ ଆଠ ମାସର ଗର୍ଭବତୀ ଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ଡାକ୍ତରମାନେ ତାଙ୍କ ଶିଶୁକୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳା ଜଣକ ପୂର୍ବରୁ ଚାରିଥର ଗର୍ଭଧାରଣ କରିଥିଲେ କିନ୍ତୁ ସେ ଏହି ଟ୍ୟୁମର ବିଷୟରେ ଜାଣି ନଥିଲେ । ନିକଟରେ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ “୧୫ ଦିନ ମଧ୍ୟରେ ଟ୍ୟୁମର ବଢି ଯାଇଥିଲା । ଟ୍ୟୁମରର ଆକାର ଏତେ ବଡ ଥିଲା ଯେ ସେ ଠିକ୍‌ ଭାବରେ କାର୍ଯ୍ୟ କରି ପାରୁନଥିଲେ କି ବସି ପାରୁନଥିଲେ ।
ଅପରେସନ ପରେ ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ଜଟିଳ ଅସ୍ତ୍ରୋପଚାର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଜେଏଲ୍‌ ବୈଦ୍ୟ ଓ ଡକ୍ଟର ସୁମିତ ଦାସଙ୍କ ନେତୃତ୍ୱରେ ହୋଇଥିଲା ।

hiranchal ad1
Leave A Reply

Your email address will not be published.

four × four =