ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ

0 49

ଭୁବନେଶ୍ୱର: ଆଜି ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଜଗତଜନନୀ ମା’ ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ସାଧାରଣତ ଓଡିଆ ପରମ୍ପରାରାରେ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ପ୍ରାପ୍ତି ହେବା ନେଇ ବିଶ୍ୱାସ ରହିଛି । ମା’ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥି ପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ ।
ଓଡିଶାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ବେଶ ଜାକଜକମରେ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଏଥିପାଇଁ ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ । ଚିକିମିକି ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମେ । କେତେକ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ୭ରୁ ୧୦ ଦିନ ହେଇଥିବା ବେଳେ ଢେଙ୍କାନାଳ ସହରରେ ୧୧ ଦିନ ଧରି ହୋଇଥାଏ । ତେବେ ଚଳିତ ବର୍ଷ ସହରର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ମାଙ୍କୁ ପୂଜା କରାଯିବ । ଭକ୍ତଙ୍କୁ ପୂଜା ମଣ୍ଡପ ଗୁଡିକୁ ଯିବାକୁ ବାରଣ କରାଯାଇଥିବା ବେଳେ କେବଳ ସୀମିତ ସଂଖ୍ୟକ ପୂଜକଙ୍କ ଉପସ୍ଥିତିରେ ମା’ଙ୍କୁ ପୂଜା କରାଯିବ । ଆଜି ସନ୍ଧ୍ୟାରେ ମଣ୍ଡପ ଗୁଡିକରେ ଅର୍ଣ୍ଣପୂର୍ଣ୍ଣା ମା’ ଲକ୍ଷ୍ମୀଙ୍କୁ ଆବାହନ କରାଯିବ ।

hiranchal ad1
Leave A Reply

Your email address will not be published.

twenty − 8 =