ସଜେଇ ହେଉଛି ସିମନବାଡ଼ି ସ୍ମାର୍ଟ ସ୍କୁଲ

0 154

ଦାରିଙ୍ଗବାଡ଼ି:ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ଼ ବିଦ୍ୟାଳୟକୁ ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରିଛନ୍ତି । ଏହାପରେ ଏହି ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । କ୍ଲାସ ରୁମ୍‌ ଗୁଡିକ ସ୍ମାର୍ଟ ହୋଇଥିବା ସହ କ୍ଲାସ ରୁମ୍‌ରେ ଏଲଇଡ଼ି ଟିଭି,ନୂତନ ଚେୟାର, ଫ୍ୟାନ, ଏଲଇଡି ଲାଇଟ ଭଳି ବହୁ ଉପକରଣ ଲାଗିଥିବା ଦେଖିବାକୁ ମିଳିଛି ।

ଏଥି ସହିତ ସ୍କୁଲ କାର୍ଯ୍ୟଳୟ, ଲ୍ୟାବ ରୁମ୍‌, ଲାଇବ୍ରେରୀ ରୁମ୍‌ ଗୁଡିକ ନୂତନ ଶୈଳୀରେ ନିର୍ମାଣ କରାଯାଇଥିବା ସହ ପିଲାଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ନୂତନ କମ୍ପ୍ୟୁଟର ଅଣାଯାଇଛି । ଏହା ସହ ନୂତନ ଶୌଚାଳୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଗାର୍ଡେନ କାର୍ଯ୍ୟ, ପଡିଆ ନିର୍ମାଣ କାର୍ଯ୍ୟ, ଗାର୍ଡୱେଲ,ପାଚେରୀ ନିର୍ମାଣ, ଗେଟ ନିର୍ମାଣ କାର୍ଯ୍ୟ କ୍ଷୀପ୍ର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ପୂର୍ବା ଅପେକ୍ଷା ବର୍ତ୍ତମାନ ସ୍କୁଲର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି ।

hiring

ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକଙ୍କ ସହ ବିଡିଓ କଳାକୃଷ୍ଣ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରା, କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ ଅନ୍ୟ ଅଧିକାରୀ ବିଦ୍ୟାଳୟର ବଗିଚାରେ ଚରାରୋପଣ କରିଥିଲେ । ଦାରିଙ୍ଗବାଡି ବିଡିଓ କଳାକୃଷ୍ଣ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରା, କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ଗ୍ରାମ ରୋଜଗାର ସେବକ ବିଜୟ କୁମାର ସାହୁ ପ୍ରମୁଖ ନିୟମିତ ସେଠାରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିବା ସହିତ ଯଥା ଶୀଘ୍ର ସାରିବାକୁ ଉଦ୍ୟମ ଚଳାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା ଅକ୍ଟୋବର ୨ ତାରିଖରେ ଭର୍‌ଚୁଆଲ ମାଧ୍ୟମରେ ଏହି ସ୍ମାର୍ଟ ସ୍କୁଲର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଥିବା ବେଳେ ଉଦଘାଟନ ହେବା ପୂର୍ବରୁ ଜିଲ୍ଲାପାଳ ଡଃ. ବୃନ୍ଦା ଡିଙ୍କ ସମେତ ପି.ଡି ବିଶ୍ୱରଂଜନ ନାୟକ ପ୍ରମୁଖ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଅନ୍ୟପକ୍ଷରେ ଉଦଘାଟନ ପୂର୍ବରୁ ରାଜ୍ୟ ସରକାରଙ୍କ ଶିକ୍ଷା ସଚିବଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍‌ ପରିଦର୍ଶନ ଆସିବେ ବୋଲି ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

one × five =