ହୀରାକୁଦରୁ ଜଳ ନିଷ୍କାସନ ବୃଦ୍ଧି ଯୋଗୁଁ ମହାନଦୀରେ ବନ୍ୟାର ପରିଦୃଶ୍ୟ

0 123

ସମ୍ବଲପୁର :ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସେଠାରୁ ଆସୁଥିବା ବନ୍ୟାଜଳର ପରିମାଣ ବଢିଯାଇଛି । ଏଣୁ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଜଳନିଷ୍କାସନ ମଧ୍ୟ ବୃଦ୍ଧି କରାଯାଇଛି । ଏହା ଫଳରେ ମହାନଦୀରେ ବନ୍ୟାର ପରିଦୃଶ୍ୟ ଦେଖିବାକୁ ମିଳିଛି । ଏ ବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ ସୁଦ୍ଧା ଏହାର ଜଳସ୍ତର ୬୨୮.୨୩ ଫୁଟ ରେକର୍ଡ କରା ଯାଇଥିଲା । ଏଥିରେ ନିରନ୍ତର ବୃଦ୍ଧି ଆଶା କରାଯାଉଛି । ସେହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର ଭିତରକୁ ୨ ଲକ୍ଷ ୫୮ ହଜାର ୫୯୦ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ପ୍ରବେଶ କରୁଥିଲା ତଥା ବାମପଟର ୮ଓ ଦକ୍ଷିଣ ପଟର ୪ ମିଶି ମୋଟ ୧୨ଟି ସ୍ଲୁଇସଗେଟ ଜରିଆରେ ୨ ଲକ୍ଷ ୨୫ ହଜାର ୫୫୭ ଘନଫୁଟ ଜଳ ରାଶି ପ୍ରତି ସେକେଣ୍ଡ ନିଷ୍କାସିତ ହେଉଥିଲା । ଗତରାତି ପର୍ଯ୍ୟନ୍ତ ଉପରମୁଣ୍ଡରେ ୪୨.୮୧ ମିଲିମିଟର ବର୍ଷା ହୋଇଥିବାରୁ ଜଳଭଣ୍ଡାର ଭିତରକୁ ପଶୁଥିବା ବନ୍ୟା ଜଳରେ ପରିମାଣରେ ବୃଦ୍ଧି ଆଶଙ୍କା କରାଯାଉଛି । ଆଜି ମଧ୍ୟାହ୍ନ ସୁଦ୍ଧା ମୁଣ୍ଡୁଳୀ ଠାରେ ୬ ଲକ୍ଷ ୪୩ ହଜାର ୩୯୦ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ପ୍ରବାହିତ ହେଉଥିଲା, ଏଣୁ ତଳେ ଡେଲ୍ଟା ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

10 − 9 =