ଦିୱାଲୀରେ ଫୁଟିବନି ବାଣ, କଟକଣା ଲଗାଇଲେ ସରକାର

0 110

ନୂଆଦିଲ୍ଲୀ: ଗତ ବର୍ଷ ଭଳି ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବାଣର ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସଂପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । କେଜ୍ରିୱାଲ ଲେଖିଛନ୍ତି- “ଗତ ୩ ବର୍ଷ ଧରି ଦିୱାଲୀ ସମୟରେ ଦିଲ୍ଲୀର ପ୍ରଦୂଷଣର ବିପଜ୍ଜନକ ଅବସ୍ଥାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ସମସ୍ତ ପ୍ରକାର ବାଣ ଗଚ୍ଛିତ, ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି । ଏମିତି କଲେ ଜୀବନକୁ କିଛି ମାତ୍ରାରେ ବଞ୍ଚାଯାଇପାରେ ବୋଲି ସେ କହିଛନ୍ତି । ଗତ ବର୍ଷ ବ୍ୟବସାୟୀଙ୍କ ବାଣ ନିଜ ଦୋକାନରେ ଗଚ୍ଛିତ ରଖିଥିଲେ ମଧ୍ୟ ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା ଯାହା ଦ୍ୱାରା ବ୍ୟବସାୟୀଙ୍କ କ୍ଷତି ସହିଥିଲେ । ତେଣୁ ଏଥର ସମସ୍ତ ବ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି କୌଣସି ପ୍ରକାର ବାଣର ଷ୍ଟୋରେଜ ନକରିବା ପାଇଁ । ସୂଚନାଯୋଗ୍ୟ ଯେ ଅକ୍ଟୋବର-ନଭେମ୍ବରରେ ଚାଷ ଜମିରେ ନଡା ପୋଡିବା ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବଢିଯାଇଥାଏ । ସେହି ସମୟରେ ଦୀପାବଳି ପଡୁଥିବାରୁ ବାଣ ଉପରେ କଟକଣା ଲଗାଯାଇଛି ।

hiranchal ad1
Leave A Reply

Your email address will not be published.

thirteen − seven =