ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା

0 103

ଭୁବନେଶ୍ୱର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଏହି କାରଣରୁ ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲିବ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଛୋଟ କମ୍ବା ମଧ୍ୟମ ଧରଣ ବନ୍ୟା ଆଶଙ୍କା ରହିଛି । ଏବେ ହୀରାକୁଦ ଜଳଭଣ୍ଡାରରେ ୬୨୮.୨୩ ଫୁଟ୍‌ ଜଳ ରହିଛି । ଜଳଭଣ୍ଡାରକୁ ୨.୯୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨.୨୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ତଳିଆ ଅଂଚଳରେ ବର୍ଷା କମିଯାଇଥିବାରୁ ବଡଧରଣର ବନ୍ୟା ଆଶଙ୍କା କମ୍‌ ରହିଛି । ଏବେ ମୁଣ୍ଡଳିରେ ୬.୪ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ଆହୁରି ଗେଟ୍‌ ଖୋଲିଲେ ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହୋଇପାରିବ । ତେଣୁ ବଡ ଧରଣର ବନ୍ୟା ଆଶଙ୍କା କମ୍‌ ରହିଛି ବୋଲି ଏସ୍‌ଆର୍‌ସି କହିଛନ୍ତି । ସେ ଆହୁରି କହିଛନ୍ତି ବର୍ଷାରେ ୨୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 5 =