ବିଭିନ୍ନ ସମସ୍ୟା ନେଇ ଘେରାଉ କଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

0 84

ଗଞ୍ଜାମ : ଟ୍ରେଡ ୟୁନିଅନ ସେଣ୍ଟର ଅଫ୍‌ ଇଣ୍ଡିଆ ସହ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ନିରୀକ୍ଷଣ ଓ ପଞ୍ଜିକରଣ କ୍ଷେତ୍ରରେ ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ କ୍ଷେତ୍ରରେ ଅବହେଳା, ବିବାହ, ମୃତ୍ୟୁକାଳୀନ ଓ ଶିକ୍ଷା ସହାୟତା ପ୍ରଦାନ କ୍ଷେତ୍ରରେ ଅହେତୁକ ବିଳମ୍ବ ଓ ପ୍ରିୟା ପ୍ରୀତି, କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଶ୍ରମିକଙ୍କୁ ତୁରନ୍ତ ୧୫୦୦ ଟଙ୍କା ଅନଲାଇନ ଟ୍ରାନ୍ସଫର କରିବା, ମୋ ସରକାର ଅଧିନରେ ଶ୍ରମ ବିଭାଗ ଯାଉଥିବା ବେଳେ ସମସ୍ତ ତଥ୍ୟକୁ ସାର୍ବଜନୀନ କରିବା ବଦଳରେ ୟୁନିଅନ ପକ୍ଷରୁ ମଗାଯାଇଥିଲା ୧୬ଟି ତଥ୍ୟର ଉତ୍ତର ୨ମାସ ଧରି ନଦେବାରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସଚ୍ଛତା ପ୍ରତି ପ୍ରଶ୍ନ କରି ଆଜି ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ପୂର୍ବାହ୍ନ ୧୧ ଘଟିକାରୁ ଆରମ୍ଭ ହୋଇଥିଲା । ଶୁକ୍ରବାର ମଧ୍ୟରେ ନୀରିକ୍ଷଣ କରି ପଞ୍ଜିକରଣ କରିବା, ୧୦ କୋଟି ଟଙ୍କା ମଗାଯାଇଛି ତେଣୁ ତୁରନ୍ତ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କରାଯିବ, କୋଭିଡ ସହାୟତା ତୁରନ୍ତ ସମସ୍ତ ଶ୍ରମିକ ମାନଙ୍କୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯିବ ସେମାନେ ଆବଶ୍ୟକ ଡକ୍ୟୁମେଣ୍ଟ ତୁରନ୍ତ ଦାଖଲ କରିବା ଆବଶ୍ୟକ ବୋଲି ଜଣାଇଥିଲେ ଏବଂ ତଥ୍ୟକୁ ଦୁଇ ଦିନ ମଧ୍ୟରେ ଦିଆଯିବା ଆଦି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଅପରାହ୍ନ ୧.୪୫ରେ ପ୍ରତ୍ୟାହୃତ ହୋଇଥିଲା । ଏହାର ନେତୃତ୍ୱ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଭାପତି ଶଙ୍କର ସାହୁ, ସହ ସମ୍ପାଦିକା ପି.ପାର୍ବତୀ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱରୀ ଦାଶ, ଶିଶିର ସେଠୀ, ଅଦଳ ମଧୁ, ବି ବୁଦ୍ଧିଆ, ସରସ୍ୱତୀ ପାତ୍ର, ଲକ୍ଷ୍ମୀ ପାତ୍ର, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ଜନ ଅଧିକାର ଆନ୍ଦୋଳନର ମନୋଜ ତରାଇ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 − four =