ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ନିମନ୍ତେ ଜିଲ୍ଲା ବ୍ୟାପୀ ୯ ଟି ସଚେତନତା ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ

0 54

ପାରଳାଖେମୁଣ୍ଡି : ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆରୂପରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ସଚେତନତା ସକାଶେ ସଚେତନତା ରଥକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ୭ ଟି ବ୍ଳକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦରେ ୯ ଟି ସଚେତନତା ପ୍ରଚାର ରଥ ବୁଲି ଉପକାରିତା ଉପରେ ଲୋକଙ୍କୁ ସଚେତନତା କରାଇବ । ପ୍ରତ୍ୟେକ ହିତାଧିକାରୀ ପରିବାରକୁ ତାଲିକା ଭୁକ୍ତ କରାଇ ଚିକିତ୍ସା ସକାଶେ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଗଜପତି ଜିଲ୍ଲାର ମୋଟ ଚାରିଲକ୍ଷ ୫୦ ହଜାର ହିତାଧିକାରୀଙ୍କ ମଧ୍ୟରେ ଏହି ସ୍ମାର୍ଟ କାର୍ଡ ପହଞ୍ଚେଇବା ଲକ୍ଷ ରହିଛି । ଏହା ଇନ୍ସୁରାନ୍ସ ନୁହେଁ ଏହା ଏକ ଆସୁରେନ୍ସ ସ୍କିମ ଯାହା କି ଏହା ଭାରତରେ ଏକ ନୂତନ ପ୍ରଥମ ଯୋଜନା । ଏଥିରେ ପ୍ରତି ଚିକିତ୍ସାର ଟଙ୍କା ଶତ ପ୍ରତିଶତରେ ପାଇପାରିବା ଭଳି ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଜୟରାମ ସତପଥୀ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅନାମ ଚରଣ ପାତ୍ର, ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡି ଏମ୍‌ ଆର ସି ଏଚ ସୁଶାନ୍ତ ପ୍ରସାଦ ନାୟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × five =