ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାରେ ଶିକ୍ଷକ

0 102

ପାରଳାଖେମୁଣ୍ଡି : ଭାରତବର୍ଷରେ ବହୁ ଗୁଣଧାରୀ ଓ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି । ମୋହନା ବ୍ଲକର ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବନସ୍ପତି ବିଜ୍ଞାନ(ବଟୋନି ବିଜ୍ଞାନ) ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ ନିଜ ବୁଦ୍ଧି ବଳରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ ।
ସେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇ ଆସିବା ପରେ ଯାହା କିଛି ସମୟ ମିଳେ ସେତିକି ସମୟରେ ବିଭିନ୍ନ ସାମଗ୍ରୀ ଅନଲାଇନରେ ମଗାଇ ସେ ସବୁକୁ ଏକତ୍ରିତ କରି ୨ବର୍ଷ ମଧ୍ୟରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ଯାହା କି ଆଜିର ଦିନରେ ପେଟ୍ରୋଲ ଦର ବୃଦ୍ଧି ପାଇବା ପରେ ଚାଳକ ଚିନ୍ତାରେ ପଡିଥିବା ବେଳେ ବ୍ୟାଟେରୀ ଚାଳିତ ବାଇକ ଓ ସାଇକେଲ ପ୍ରତି ଲୋକଙ୍କ ଚାହିଦା ଦିନକୁ ଦିନ ବଢିବାକୁ ଲାଗିଲାଣି । ଏହାକୁ ଆଖି ଆଗରେ ରଖି ଶ୍ରୀ ପାଣିଗ୍ରାହୀ ମାତ୍ର ୨୧ ହଜାର ଟଙ୍କା ବିନିମୟରେ ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ଯାହାକି ତିନି ଘଣ୍ଟା ଚାର୍ଜ କଲେ ୩୦ କିମି ଚାଲିବ । ମନରେ ଦୃଢ ଇଚ୍ଛାଶକ୍ତି ଓ ବ୍ୟାଟେରୀ ଦ୍ୱାରା ଚାଳିତ ସାଇକେଲ ନିର୍ମାଣ କରିବାର ଆତ୍ମ ବିଶ୍ୱାସ ରଖି ସେ ଦୀର୍ଘ ୨ ବର୍ଷ ଚେଷ୍ଟା କରିବା ପରେ ଶେଷରେ ତାଙ୍କ ସ୍ୱପ୍ନ ସାକାର ହୋଇଛି । ପରିଶ୍ରମର ଫଳ ମଧ୍ୟ ମିଳିଛି । ପେଶାରେ ସେ ଜଣେ ଶିକ୍ଷକ ହେଲେ ମଧ୍ୟ ନିଶା ତାଙ୍କର ନିଆରା । ସୋଲାର ମାଧ୍ୟମରେ ଫ୍ରିଜ ଚାଲିବା, ଇନଭେଟର ମରାମତି, ଲାପଟପ ଓ କମ୍ପ୍ୟୁଟର ମରାମତି, ସିସିଟିଭି ମରାମତି କରିବାର ଦକ୍ଷତା ତାଙ୍କର ରହିଛି ।

hiring


ସେ ୨୦୧୨ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମଏସି ସାରି ୨୦୧୩ରେ ମୋହନା ସ୍ଥିତ ହିଲଟପ କଲେଜରେ ବିଜ୍ଞାନ ବିଭାଗରେ ବନସ୍ପତି (ବଟୋନି) ଅଧ୍ୟାପକ ଭାବେ ଚାକିରୀ କାଳ ଆରମ୍ଭ କରିଛନ୍ତି । ମୋହନା ସହରରେ ବ୍ୟାଟେରୀ ଦ୍ୱାରା ଚାଳିତ ସାଇକେଲ ବୁଲୁଥିବା ଦେଖି ଲୋକେ ଭିଡ ଜମାଉଛନ୍ତି ଏବଂ ବହୁ ପ୍ରଶଂସା ମଧ୍ୟ କରୁଛନ୍ତି । ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଶ୍ରୀ ପାଣିଗ୍ରାହୀ ବେଶ ଚର୍ଚ୍ଚାକୁ ଆସିଛନ୍ତି ।

hiranchal ad1
Leave A Reply

Your email address will not be published.

four × two =