ବିଦ୍ୟୁତ ଆଘାତରେ ଯୁବକଙ୍କ ମୁତ୍ୟୁ, ସାତ ମାସ ତଳେ ବିବାହ କରିଥିଲେ

0 132

ଗଞ୍ଜାମ :ଘର ଭିତରେ ବିଦ୍ୟୁତ ତାର ଲଗାଇବା ସମୟରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ବ୍ଳକ୍‌ ବ୍ରାହ୍ମଣପଦର ଗ୍ରାମରେ । ଗ୍ରାମର କୈବଲ୍ୟ ନାୟକର ପୁଅ ପ୍ରଶାନ୍ତ ନାୟକ(୨୯)ଗତକାଲି ସନ୍ଧ୍ୟାରେ ଘର ଭିତରେ ଅନ୍ଧାର ଥିବାରୁ ବିଦ୍ୟୁତ୍‌ ବୋର୍ଡରେ ଏକ ତାର ଲଗାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ପ୍ରଶାନ୍ତ ବିଦ୍ୟୁତ୍‌ ତାରରେ ଲାଗି ପାଟି କରିଥିଲେ । ପରିବାର ଲୋକ ସେଠାକୁ ଦୌଡି ଆସିବା ସମୟରେ ସେ ବିଦ୍ୟୁତ୍‌ ତାର୍‌ରେ ଲାଗି ରହିଥିଲେ । ତାଙ୍କ ଖୁଡି ଏକ କାଠ ଫାଳିଆ ଧରି ବାଡେଇବାରୁ ସେ ତଳେ ପଡିଯାଇଥିଲେ । ପରିବାର ଲୋକ ଏକ ଅଟୋରେ ତୁରନ୍ତ ମେଡିକାଲ୍‌ ଆଣିଥିବା ବେଳେ ଡାକ୍ତର ସେଠାରେ ପ୍ରଶାନ୍ତକୁ ମୃତ ଘୋଷଣା କରିଥିଲେ । ପ୍ରଶାନ୍ତ ଗତ ୭ ମାସ ତଳେ ବିବାହ କରିଥିବା ବେଳେ ନବ ବିବାହିତ ସ୍ତ୍ରୀ ଓ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ମେଡିକାଲ୍‌ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

hiranchal ad1
Leave A Reply

Your email address will not be published.

3 × three =