ଚିଟଫଣ୍ଡ ଟଙ୍କାରେ ହେଉଥିଲା ତେଲଗୁ ଫିଲ୍ମ

0 74

ଭୁବନେଶ୍ୱର:ଚିଟଫଣ୍ଡ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କ ଫିଟୁଛି ଗୁମର ।  ପୂର୍ବତନ ବିଧାୟକଙ୍କ ଟଲିଉଡ ଲିଙ୍କ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ।  କୋଟି କୋଟି ଟଙ୍କା ଗ୍ରାହକଙ୍କ ଠାରୁ ଠକି ସମ୍ପୃକ୍ତ ପୂର୍ବତନ ବିଧାୟକ ତେଲଗୁ ଫିଲ୍ମ ତିଆରି କରୁଥିଲେ ।  ଏନେଇ ତଦନ୍ତ କରୁଥିବା ଇଓଡବ୍ଲୁ୍ୟ ଏସପି ଗାଗାରିନ ମହାନ୍ତି ସୂଚନା ଦେଇଛନ୍ତି । ଚିଟଫଣ୍ଡ ଲିଙ୍କରେ ଗତକାଲି ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କୁ ଓଡ଼ିଶା ପୁଲିସ ବିଶାଖାପାଟଣାରୁ ଗିରଫ କରିଥିଲା । ଏମ. ଭି ପ୍ରସାଦ ବିଶାଖାପାଟନା ପଶ୍ଚିମ ଜୋନର ବିଧାୟକ ଥିଲେ । ଏମ. ଭି ପ୍ରସାଦଙ୍କ ୱେଲଫେୟାର ଗ୍ରୁପ ଅଫ କମ୍ପାନୀ ଥିଲା । ଏହି କମ୍ପାନା ୧୨୦୦ କୋଟି ଠକିଛି ବୋଲି ସୂଚନା ମିଳିଛି ଓ ଏହି ଠକେଇରେ ଓଡିଶା, ଆନ୍ଧ୍ର ଓ ଛତିଶଗଡ ଶିକାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ  ଓଡିଶା ପୋଲିସ ଏମ. ଭି ପ୍ରସାଦଙ୍କୁ ବିଶାଖାପାଟନାରୁ ଗିରଫ କରିଛି ।  କ୍ରାଇମବ୍ରାଞ୍ଚ ତାଙ୍କ ଘରେ ଚଢାଉ କରି ୪୫ ଲକ୍ଷ ଟଙ୍କା ଜବତ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଓଡିଶାର ବିଭିନ୍ନ ଥାନାରେ ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି । 

hiranchal ad1
Leave A Reply

Your email address will not be published.

fourteen − eleven =