ଭକ୍ତି ସଙ୍ଗୀତ ସଂସଦ ତରଫରୁ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0 48

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନିତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ. ତୀର୍ଥବାସୀ ପଣ୍ଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ମୁଖ୍ୟ ଅତିଥି ରୂପେ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଜି ଯୋଗ ଦାନ କରି ଗୁରୁ ରଘୁନାଥ ପାତ୍ରଙ୍କ ଓଡିଶୀ ସଙ୍ଗୀତ କ୍ଷେତ୍ରରେ ଅବଦାନର ଭୂୟସୀ ପ୍ରଶଂସା ଗାନ କରିଥିଲେ । ଏଥି ସହିତ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁ ବନ୍ଦନା ପରିବେଷଣ କରିଥିଲେ ପରବର୍ତ୍ତୀ ପର୍ଯ୍ୟାୟରେ ସଙ୍ଗୀତ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ରଘୁନାଥ ପାତ୍ର, ବିଜୟ କୁମାର ପ୍ରଧାନ ଓ ତ୍ରିଲୋଚନ ପଣ୍ଡାଙ୍କୁ ଗୁରୁଦିବସ ଅବସରରେ ସାଂମ୍ମାନୀତ କରାଯାଇ ଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଶ୍ରୀମତି ସ୍ନିଗ୍ଧ । ମିଶ୍ର ଓ ଶ୍ରୀ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିଲେ । ଏହି ଅବସରରେ ଭକ୍ତି ସଙ୍ଗୀତ ସଂସଦ ପରିବାରର ସମସ୍ତ ସଦସ୍ୟ ଓ ଅଭିଭାବକ ଉପସ୍ଥିତ ରହି ଗୁରୁ ମାନଙ୍କୁ ସମ୍ମାନ ଜଣାଇବା ସହ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + fourteen =